୨୦ ଦିନରେ ୨୩ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଛି ଶ୍ରମିକ ସ୍ପେଶାଲ ଟ୍ରେନ୍

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସହାୟ ବ୍ୟକ୍ତିଙ୍କ ଦୁଃଖକଷ୍ଟକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ, ଭାରତୀୟ ରେଳ ମେ ପହିଲାରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଥିଲା ।
ମେ’ ୨୦ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୭୩ “ଶ୍ରମିକ ସ୍ପେଶାଲ” ଟ୍ରେନ୍ ଚଳାଚଳ ହୋଇଛି, ଯାହାଦ୍ୱାରା ୨୩.୫ ଲକ୍ଷରୁ ଅଧିକ ଯାତ୍ରୀ ନିଜ ନିଜ ରାଜ୍ୟରେ ପହଞ୍ଚି ପାରିଛନ୍ତି ।
ଗତକାଲି ଅର୍ଥାତ ମେ’ ୧୯ରେ ରେକର୍ଡ ସଂଖ୍ୟକ ସମୁଦାୟ ୨୦୫ଟି “ଶ୍ରମିକ ସ୍ପେଶାଲ” ଟ୍ରେନ ଦେଶର ବିଭିନ୍ନ ରାଜ୍ୟରୁ ୨.୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରିବାରେ ସକ୍ଷମ ହୋଇଛି ।


Times of India

ଏହି ୧୭୭୩ ଟ୍ରେନ ଆନ୍ଧ୍ରପ୍ରଦେଶ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ହରିୟାଣା, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ତ୍ତରାଖଣ୍ଡ, ପଶ୍ଚିମବଙ୍ଗ ବିଭିନ୍ନ ରାଜ୍ୟରୁ ଏହାର ଯାତ୍ରା ଆରମ୍ଭ କରିଥିଲା ।
ଏଥିସହିତ ଏହି “ଶ୍ରମିକ ସ୍ପେଶାଲ” ଟ୍ରେନଗୁଡିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟଗୁଡିକରେ ଏହାର ଯାତ୍ରା ଶେଷ କରିଥିଲା ।
ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କର ସଠିକ ସ୍କ୍ରିନିଂ ସୁନିଶ୍ଚିତ କରାଯାଇଥିଲା । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଏବଂ ପାଣି ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର