ଲଣ୍ଡନର ସ୍ବାମୀନାରାୟଣ ମନ୍ଦିରରୁ କୃଷ୍ଣଙ୍କ ମୂର୍ତ୍ତି ଚୋରି

ଲଣ୍ଡନ: ଉତ୍ତର ଲଣ୍ଡନରେ ଥିବା ସ୍ବାମୀନାରାୟଣ ମନ୍ଦିରରୁ ୩ଟି ମୂଲ୍ୟବାନ କୃଷ୍ଣ ମୂର୍ତ୍ତି ଚୋରି ହୋଇଯାଇଛି। ୭୦ ଦଶକରେ ଏହି ମୂର୍ତ୍ତି ତିଆରି କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଥିଲା। ଘଟଣାରେ ସ୍କଟ୍‌ଲାଣ୍ଡ ୟାର୍ଡ ଅଧିକାରୀଙ୍କୁ ଫୋନ୍‌ କରି ଡକାଯାଇଥିଲା ଏବଂ ପୁଲିସ ଏବେ ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି। ମନ୍ଦିର ଟ୍ରଷ୍ଟ ସଭାପତି କୁର୍ଜିଭାଇ କେରାଇ କହିଛନ୍ତି, ହରିକ୍ରିଷ୍ଣା ମୂର୍ତ୍ତିଗୁଡ଼ିକ ୧୯୭୫ରେ ମନ୍ଦିର ପ୍ରତିଷ୍ଠା ହେବାଦିନଠାରୁ ରହିଥିଲା।

ସମ୍ବନ୍ଧିତ ଖବର