ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୫ ଜଣ ଯବାନ ଆହତ ହୋଇଛନ୍ତି। ଶ୍ରୀନଗରର ମୁଜଗୁଣ୍ଡ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନାପାଇ ସୁରକ୍ଷାବାହିନୀ ପକ୍ଷରୁ ଗତକାଲି ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ହଠାତ୍ ଅତର୍କିତ ଗୁଳି ଚାଳନା କରିବାଫଳରେ ସୁରକ୍ଷାବାହିନୀ ମଧ୍ୟ ପାଲଟା ଜବାବ ଦେଇଥିଲା। ଦୀର୍ଘ ୧୭ ଘଣ୍ଟା ଧରି ଅପରେସନ୍ ଚାଲିଥିଲା। ସିଆରପିଏଫ୍ ପୁଲିସ ଆଇଜି ରବିଦୀପ କହିଛନ୍ତି ଯେ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି କିନ୍ତୁ ସେମାନଙ୍କୁ ଚିହ୍ନଟ କରାଯାଇନି।
ଶ୍ରୀନଗର ଏନ୍କାଉଣ୍ଟର୍. ୩ ଆତଙ୍କବାଦୀ ନିହତ
/sambad/media/post_attachments/wp-content/uploads/2018/07/srinagar-kashmir-encounter-southern-district-shopian-soldiers_68bd30b0-8d59-11e8-a23e-bc16ac6b2c17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)