ଚଳିତ ଥର ନବରାତ୍ରିରେ ଭକ୍ତ ସ୍ୱର୍ଣ୍ଣ ଦ୍ୱାର ଦେଇ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବେ

ଜମ୍ମୁ: ପ୍ରସିଦ୍ଧ କଟରାସ୍ଥିତ ମା’ ବୈଷ୍ଣୋ ଦେବୀ ମନ୍ଦିରରେ ନଅଦିନ ପାଇଁ ନବରାତ୍ରି ପୂଜା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଯିବ। ଚଳିତଥର ନବରାତ୍ରି ପାଇଁ ବୈଷ୍ଣୋ ଦେବୀ ମନ୍ଦିରରେ ସ୍ୱର୍ଣ୍ଣ ଦ୍ୱାର ଲଗାଯାଇଛି। ନବରାତ୍ରିରେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିବାକୁ ଥିବା ଭକ୍ତ ସ୍ୱର୍ଣ୍ଣ ଦ୍ୱାର ଦେଇ ମା’ଙ୍କ ଦର୍ଶନର ସୌଭାଗ୍ୟ ପାଇବେ।

ବିଶ୍ୱପ୍ରସିଦ୍ଧ ତୀର୍ଥସ୍ଥଳ ବୈଷ୍ଣୋ ଦେବୀ ଭବନରେ ଦେବୀଙ୍କ ବାସସ୍ଥଳୀ ପ୍ରାଚୀନ ଗୁମ୍ଫାର ପ୍ରବେଶ ଦ୍ୱାର ସ୍ୱର୍ଣ୍ଣ ଦ୍ୱାରରେ ସଜ୍ଜିତ ହେବ। ଏଥିଲାଗି ଜୋରସୋର କାମ ଚାଲିଛି। ଏବେ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଗେଟକୁ ତିଆରି କରିବା ପାଇଁ ୭୦ଦିନର ସମୟ ଓ ୧୦କିଲୋର ସୁନା, ଏକ ହଜାର କିଲୋରୁ ଅଧିକ ରୁପା ଲାଗିଛି।

ଏହା ପୂର୍ବରୁ ଏହି ଦ୍ୱାର ମାର୍ବଲରେ ନିର୍ମିତ ଥିଲା। ଏହି ପାରମ୍ପରିକ ଗୁମ୍ଫା କେବଳ ଶୀତଦିନେ କିଛିଦିନ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଯାଇଥାଏ। ମା’ ବୈଷ୍ଣୋଦେବୀ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ବୈଷ୍ଣୋ ଦେବୀ ପ୍ରଚୀନ ଗୁମ୍ଫାର ପ୍ରବେଶ ଦ୍ୱାରକୁ ସ୍ୱର୍ଣ୍ଣ ଛାଉଣୀ କରାଯାଉଛି

ସମ୍ବନ୍ଧିତ ଖବର