ନୂଆଦିଲ୍ଲୀ : ୟୁପିଏସ୍ସି (ୟୁନିଅନ ପବ୍ଲିକ ସର୍ଭିସ କମିସନ୍) ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ୨୦୨୦ ସିଭିଲ୍ ସର୍ଭିସ୍ ଚୂଡ଼ାନ୍ତ ପରୀକ୍ଷା ଫଳାଫଳ ୟୁପିଏସ୍ସି ୱେବ୍ସାଇଟ୍ରେ ଜାରି ହୋଇଛି। ମୋଟ୍ ୭୬୧ ପ୍ରାର୍ଥୀଙ୍କ ନାମ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ଶୁଭମ କୁମାର ସିଭିଲ ସର୍ଭିସ୍ ପରୀକ୍ଷାରେ ଟପର ହୋଇଛନ୍ତି। ଆଇଆଇଟି ବମ୍ବେରୁ ସେ ସିଭିଲ୍ ଇଂଜିନିୟରିଂରେ ବିଟେକ୍ କରିଛନ୍ତି। ଅନ୍ୟପକ୍ଷେ ଜାଗୃତୀ ଅଗସ୍ଥି ଏବଂ ଅଙ୍କିତା ଜୈନ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଜାଗୃତୀ ମହିଳା ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ଏମ୍ଏଏନ୍ଆଇଟି ଭୋପାଳରେ ସେ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂରୁ ବିଟେକ୍ କରିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦ରେ ଉତ୍ତୀର୍ଣ୍ଣ ହୋଇଥିବା ଶୀର୍ଷ ୨୫ ଜଣଙ୍କ ମଧ୍ୟରେ ୧୩ ଜଣ ଛାତ୍ର ଏବଂ ୧୨ ଜଣ ଛାତ୍ରୀ ଅଛନ୍ତି।
ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୁଭମ୍ କୁମାର ଟପର
/sambad/media/post_attachments/wp-content/uploads/2021/09/subhamkumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)