ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ପେସ୍ ଏକ୍ସର ଆକ୍ସିୟମ୍-୪ ମିଶନରେ ଯାଉଛନ୍ତି। ଶୁଭାଂଶୁଙ୍କୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଜୋର ଧରିଛି।
ଏହି ମିଶନ୍ ସମସ୍ତ ଚାରି ଜଣ ମହାକାଶଚାରୀଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସଏସ) ଅଭିମୁଖେ ନେଇ ଯାଉଛି।ଏହି ମିଶନରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଜଣେ ପାଇଲଟ୍ ଭାବରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ହଙ୍ଗେରୀର ତିବୋର୍ କାପୁ ଏବଂ ପୋଲାଣ୍ଡର ସ୍ଲାଭୋସ୍ ଉଜ୍ନାନସ୍କି-ୱିସ୍ନିୱସ୍କି ମିଶନ ବିଶେଷଜ୍ଞ ଭାବରେ ରହିଥିବା ବେଳେ ସମଗ୍ର ଦଳର ନେତୃତ୍ୱ ନେଉଛନ୍ତି ଅଭିଜ୍ଞ ମହିଳା ମହାକାଶଚାରୀ ପେଗୀ ହ୍ୱିଟସନ। ପେଗୀ ହ୍ୱିଟସନ ନାସାର ସବୁଠାରୁ ଅଭିଜ୍ଞ ମହାକାଶଚାରୀମାନଙ୍କ ମଧ୍ୟରୁ ଅନ୍ୟତମ। ।
ଏହି ଚାରି ଜଣ ମହାକାଶଚାରୀ ନିମ୍ନ-ପୃଥ୍ବୀ କକ୍ଷପଥକୁ ଯିବେ ଏବଂ ଆଇଏସଏସର ହାରମୋନି ମଡ୍ୟୁଲର ମହାକାଶ ମୁଖୀ ବନ୍ଦରରେ ଡକ୍ କରିବେ। ଡକିଂ ଗୁରୁବାର ଅପରାହ୍ନ ୪:୩୦ରେ ହେବ ବୋଲି ଆଶା କରାଯାଉଛି। ଏହା ପରେ, କ୍ରୁ ପ୍ରାୟ ଦୁଇ ସପ୍ତାହ ପାଇଁ ଆଇଏସଏସରେ ରହିବେ ଏବଂ ବୈଜ୍ଞାନିକ ଗବେଷଣା ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ। ଏଥିରେ ମଧୁମେହ ସମ୍ବନ୍ଧୀୟ ଗବେଷଣା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/25/1452bb91-8eae-4ea3-8495-a7a5c48d4982-2025-06-25-16-38-47.jpg)