ନୂଆଦିଲ୍ଲୀ: ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶଯାନ ଚାରି ଜଣ ମହାକାଶଚାରୀଙ୍କୁ ନେଇ ଆମେରିକାର କାଲିଫର୍ନିଆ ରାଜ୍ୟ ସାନ ଡିଏଗୋ ଉପକୂଳ ନିକଟରେ ପ୍ରଶାନ୍ତ ମହାସାଗରରେ ଅବତରଣ କରିଛି। ପୃଥିବୀକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି ଭାରତର ସୁନାପୁଅ ଶୁଭାଂଶୁ ଶୁକ୍ଲା। । ଏହି ଐତିହାସିକ ମିଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଖୁସି ହୋଇଯାଇଥିବା ବେଳେ ଦେଶରେ ଉତ୍ସାହର ବାତାବରଣ ଦେଖିବାକୁ ମିଳୁଛି।
ଏଭଳି ଖୁସିର ସମୟରେ ଶୁଭାଂଶୁଙ୍କ ମା’ ଆଶା ଶୁକ୍ଳା ଓ ବାପା ସମ୍ଭୁ ଦୟାଲ ଶୁକ୍ଳା କହିଛନ୍ତି, ‘ପୁଅ ଆମର ମିଶନ ପୂରା କରି ଫେରି ଆସିଛି। ଆଖିରେ ଲୁହ ଆସିବା ସ୍ବଭାବିକ କଥା। ସେ ଯିବା ଦିନଠାରୁ ମନରେମନରେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲୁ କି ସେ କେମିତି ସୁରକ୍ଷିତ ଭାବେ ଫେରି ଆସୁ। ଏବେ ସମସ୍ତ ପ୍ରକାର ଭୟ ଉପରେ ପୁନଃଚ୍ଛେଦ ପଡ଼ିଯାଇଛି। ତେଣୁ ଆପଣାଛାଏଁ ଆଖିରୁ ଲୁହ ଝରି ପଡ଼ୁଛି। ପୁଅକୁ ଆଶୀର୍ବାଦ କରିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।’
ଶୁଭାଂଶୁ ଶୁକ୍ଳାଙ୍କୁ ୨୫ ଜୁନ୍ ୨୦୨୫ରେ ଏକ ଫାଲକନ୍ ୯ ରକେଟ୍ ସାହାଯ୍ୟରେ ଉତ୍କ୍ଷେପଣ କରାଯାଇଥିଲା। ସେ ଜୁନ୍ ୨୬ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପାଦ ଦେଇଥିଲେ। ୧୮ଦିନ ମଧ୍ୟରେ ସେ ୬୦ରୁ ଅଧିକ ପରୀକ୍ଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/15/new-project-1-2025-07-15-17-18-47.jpg)