ଲକ୍ଷ୍ନୌ: ସବୁ ମାଆ ଚାହାନ୍ତି ପୁଅ ତାଙ୍କର ଜୀବନରେ ସଫଳ ହେଉ, ବଡ ମଣିଷ ହେଉ, ନିଜର ନିଜ ପରିବାର ସହ ଦେଶର ନାଁ ରଖୁ । ସଫଳତା ତାର ଆକାଶ ଛୁଉଁ.. ହେଲେ ସେହି ପୁଅ ଯେତେବେଳେ ନିଜ ବାପାମାଆ ପାଇଁ, ନିଜ ମାଟି ପାଇଁ, ନିଜ ଦେଶ ପାଇଁ ଗର୍ବ ଓ ଗୌରବ ଆଣ, ପୁଅର ସଫଳତା ଯେତେବେଳେ ଆକାଶ ନୁହେଁ ମହାକାଶ ଛୁଏଁ ସେତେବେଳେ ସବୁଠୁ ଅଧିକ ଖୁସି ହୁଏ ମାଆ । ଆଉ ସେ ଖୁସି ତାର ଲୁହ ହେଇ ଝରିଆସେ.. ଏଇ ଯେମିତି ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମାଆଙ୍କ ଆଖିରୁ ଝରି ପଡିଛି ଖୁସିର ଲୁହ ।
#WATCH | Lucknow, Uttar Pradesh: Mother of IAF Group Captain & astronaut Shubhanshu Shukla, Asha Shukla, gets emotional as she cheers for her son, who is part of the #AxiomMission4pic.twitter.com/62Ki2J3hRU
— ANI (@ANI) June 25, 2025
ପୁଅ ଯେତେବେଳେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିଶନ-୪ ଦ୍ବାରା ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ସେତେବେଳେ ପୂରା ଭାରତ ତାଙ୍କ ପୁଅକୁ ପ୍ରଶଂସା କରିଛି । ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଛି ଆଉ ତାଙ୍କୁ ଆଶୀର୍ବାଦ କରିଛନ୍ତି ଦେଶବାସୀ । ଏସବୁ ଦୃଶ୍ୟ ଦେଖି ଭାବବିହ୍ବଳ ହୋଇପଡିଛନ୍ତି ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା । ଲକ୍ଷ୍ନୌରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମହାକାଶ ଯାତ୍ରାର ସିଧାପ୍ରସାରଣ ଦେଖୁଥିବା ବେଳେ ଶୁଭାଂଶୁଙ୍କ ବାପାମାଆଙ୍କୁ ଅତିଥି କରି ଡକାଯାଇ ସେମାନଙ୍କୁ ଭବ୍ୟ ଆତିଥ୍ୟତା ଦିଆଯାଇଛି ଯାହା ବାପାମାଆଙ୍କୁ ଖୁସି ଦେଇଛି । ପରିବାରବର୍ଗ ଲକ୍ଷ୍ନୌରେ ପୁଅର ମହାକାଶ ଯାତ୍ରା ପାଇଁ ସେଲିବ୍ରେସନ କରିଛନ୍ତି ।
ଶୁଭାଂଶୁଙ୍କ ବାପା ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଛଳଛଳ ହୋଇ ପଡିଛନ୍ତି ଆଉ କହିଛନ୍ତି- ସବୁ ଭଗବାନଙ୍କ ଆଶୀର୍ବାଦ । ଆମେ ଆଜି ଗର୍ବିତ, ପୁଅ ପାଇଁ ଖୁସିରେ ଲୁହ ବହି ବହିଯାଉଛି ।
#WATCH | In Lucknow, UP, #AxiomMission4 pilot, Group Captain Shubhanshu Shukla's father, Shambhu Dayal Shukla, says, "It feels great. This was all God's blessings..." pic.twitter.com/zbkQn80gFx
— ANI (@ANI) June 25, 2025
ତେବେ ପୁଅର ଏହି ମହାକାଶ ଅଭିଯାନ ଏବଂ ସଫଳତାରେ ଖୁସି ଥିବା ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା କହିଛନ୍ତି- ଏହା ଆମ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ପୁଅକୁ ଶୁଭେଚ୍ଛା ଜଣାଇ ସବୁଠି ପୋଷ୍ଟର ଲଗାହୋଇଛି। ସମସ୍ତେ ଖୁସି ଯେ ଦେଶର ତ୍ରିବେଣୀ ନଗରର ଜଣେ ପିଲା ଆଜି ମହାକାଶକୁ ଉଡାଣ ଭରିଛି । ଆମର ଶୁଭେଚ୍ଛା ଏବଂ ଆଶୀର୍ବାଦ ପୁଅ ପାଇଁ ରହିଛି । ବୋହୂ ବିନା ପୁଅର ଏ ଯାତ୍ରା ସମ୍ଭବ ହୋଇପାରିନଥାନ୍ତା ।