ଶ୍ରୀନଗର: ଗୁରୁବାର ଦିନ ବିଚ୍ଛିନ୍ନତାବାଦୀମାନେ ବନ୍ଦ ଡାକରା ଦେଇଥିବାରୁ କଶ୍ମୀର ଉପତ୍ୟକାରେ ଜୀବନଯାତ୍ରା ବ୍ୟାହତ ହୋଇଛି।
ବିଚ୍ଛିନ୍ନତାବାଦୀ ସଙ୍ଗଠନଗୁଡ଼ିକୁ ଏକତ୍ର କରିଥିବା ‘ଦି ଜଏଣ୍ଟ୍ ରେଜିଷ୍ଟାନ୍ସ୍ ଲିଡର୍ସିପ୍’ ନାମକ ସଂଗଠନର ସୟେଦ୍ ଅଲି ଗୀଲାନି, ମିର୍େଓ୍ଵଜ୍ ଉମେର୍ ଫାରୁକ୍ ଏବଂ ମହମ୍ମଦ ୟାସିନ୍ ମାଲିକ ଆଦି ନେତୃବୃନ୍ଦ ବରିଷ୍ଠ ସାମ୍ବାଦିକ ଶୁଜାତ୍ ବୁଖାରିଙ୍କ ହତ୍ୟା ଓ କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ବିରୋଧରେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ବନ୍ଦ ଡାକରା ଦେଇଛନ୍ତି।
ଜୁନ୍ ୧୪ ତାରିଖ ଦିନ ଶ୍ରୀନଗର ଠାରେ ଥିବା ପ୍ରେସ୍ ଏନ୍କ୍ଲାଭ୍ ଠାରେ ବୁଖାରି ଓ ତାଙ୍କର ଦୁଇ ନିରାପତ୍ତା ରକ୍ଷୀଙ୍କୁ ହତ୍ୟା କରାଯାଇଥିଲା।
ଅଧିକାଂଶ ସ୍ଥାନରେ ଦୋକାନ, ସାର୍ବଜନୀନ ପରିବହନ, ଅନ୍ୟାନ୍ୟ ବାଣିଜ୍ୟ ଏବଂ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ପରିବହନ ସୁବିଧା ନ ଥିବାରୁ ବ୍ୟାଙ୍କ୍, ଡାକଘର ଏବଂ ସରକାରୀ ଅଫିସ୍ ଆଦିରେ ଜନଗହଳି କମ୍ ରହିଛି।
ଶ୍ରୀନଗର ଉପନଗରୀରେ କିନ୍ତୁ, ଘରୋଇ ଯାନବାହନ ଏବଂ କେତେକ ତିନି ଚକିଆ ଯାନ ଆଦି ଚଳାଚଳ କରୁଛି।
କଶ୍ମୀର ଉପତ୍ୟକାର ଅନ୍ୟାନ୍ୟ ସହରଗୁଡ଼ିକରେ ସାଧାରଣ ଜୀବନ ପ୍ରଭାବିତ ହୋଇଥିବାର ଖବର ମିଳିଛି।
ରେଳ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/ksa.jpg)