ଦୁଇ ଯୁବ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯିବାରୁ କେରଳ ବନ୍ଦ

ତିରୁବନନ୍ତପୁରମ: ଉତ୍ତର କେରଳର କସାରଗୋଡ଼ ଜିଲ୍ଲାରେ ଦୁଇ ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ହତ୍ୟା ଘଟନାର ପ୍ରତିବାଦପୂର୍ବକ ସୋମବାର ଦିନ ବିରୋଧୀ କଂଗ୍ରେସ ଦଳ ୧୩ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ରବିବାର ଦିନ ଦଳେ ସିପିଆଇ (ଏମ୍‌) କର୍ମୀ ୨୧ ବର୍ଷିୟ କୃପେଶ ଓ ୨୪ ବର୍ଷିୟ ଶାରଥଙ୍କୁ ରାସ୍ତାରୁ ଉଠାଇ ନେଇ ହାଣି ମାରି ପକାଇଛନ୍ତି ବୋଲି କଂଗ୍ରେସ ପାର୍ଟି ଅଭିଯୋଗ କରିଛନ୍ତି।

ବାଇକ୍‌ ଯୋଗେ ପେରିୟା ଗ୍ରାମସ୍ଥିତ ସେମାନଙ୍କ ଘରକୁ ଫେରୁଥିବା ବେଳେ ଅଜ୍ଞାତ ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ। କୃପେଶ ଘଟନାସ୍ଥଳରେ ମରିଥିବା ବେଳେ ଲାଲ୍‌ ପଡ଼ୋଶୀ ମାଙ୍ଗାଲୁରୁସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଲାଲ୍‌ଙ୍କର ମୃତ୍ୟୁ ଘଟିଥିଲା।

ପ୍ରଥମେ କଂଗ୍ରେସ ପାର୍ଟି କେବଳ ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲା କିନ୍ତୁ, ପରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି।

ପୁଲିସ କହିବା ଅନୁସାରେ, କିଛି ଦିନ ତଳେ କଂଗ୍ରେସ ଓ ସିପିଆଇ(ଏମ୍‌) କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତାହା ଏ ଭଳି ହତ୍ୟାକାଣ୍ଡର କାରଣ ହୋଇଥାଇ ପାରେ।

ସମ୍ବନ୍ଧିତ ଖବର