ସାଧାରଣ ଲୋକଙ୍କ ପାଇଁ ସିଆଚେନ୍‌କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତ-ଚୀନ୍‌ ମଧ୍ୟରେ ସୀମା ସଂଘର୍ଷ ନ ଥମୁଣୁ ଭାରତୀୟ ସେନା ସାଧାରଣ ଲୋକଙ୍କ ପାଇଁ ସିଆଚେନ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ବିଶ୍ବର ଏହି ସର୍ବୋଚ୍ଚ ହିମ ପର୍ବତକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଭାରତୀୟ ସେନା ଉନ୍ମୁକ୍ତ କରିଛି। ଏହା ଫଳରେ ସାଧାରଣ ଲୋକେ ଏବେ ସିଆଚେନ୍‌ର କୁମାର ପୋଷ୍ଟ ଏବଂ ସିଆଚେନ ବେସ୍‌ କ୍ୟାମ୍ପ ପର୍ଯ୍ୟନ୍ତ ଯାଇପାରି‌ବେ। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ସିଆଚେନକୁ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା। ମାତ୍ର, ଭାରତ-ଚୀନ୍‌ ମଧ୍ୟରେ ଦେଖା ଦେଇଥିବା ସୀମା ସଂଘର୍ଷ ଯୋଗୁଁ ଏହାକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରାଯାଇଥିଲା। ସିଆଚେନ୍‌ ଗଲୱାନ ଘାଟିର ଖୁବ୍‌ ନିକଟତର ହୋଇଥିବାରୁ ଏଠାକୁ ଯାତାୟତ ପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା। ସିଆଚେନ ଭାରତ-ପାକିସ୍ତାନ-ଚୀନ୍‌ ସୀମାରେ ଥିବାରୁ ଏଠାକୁ ସାଧାରଣ ଲୋକଙ୍କୁ ଯିବା ପାଇଁ ମନା ହୋଇଥିଲା। ତେବେ ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସିଆଚେନକୁ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର