୧୯୮୪ରୁ ଏ ପର୍ଯ୍ୟନ୍ତ ୧ହଜାରରୁ ଅଧିକ ଯବାନ ସହିଦ
ଶ୍ରୀନଗର: ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ୍ ଗ୍ଲେସିୟରରେ ଆଜି ଘଟିଥିବା ହିମସ୍ଖଳନରେ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଆଜି ଭୋର୍ ସମୟରେ ଦକ୍ଷିଣ ସିଆଚୀନ୍ରେ ୧୮ ହଜାର ପୁଟ ଉଚ୍ଚତାରେ ପହରା ଦେଉଥିବା ଯବାନ ବରଫ ଅତଡ଼ା ତଳେ ପୋତି ହୋଇ ସହିଦ ହୋଇଯାଇଥିଲେ। ସେନା ବାହିନୀ ପକ୍ଷରୁ ଉଭୟ ଯବାନଙ୍କ ଶବ ଉଦ୍ଧାର କରାଯାଇଛି। ସିଆଚନରେ ପ୍ରବଳ ହିମସ୍ଖଳନ ଯୋଗୁଁ ଚଳିତ ଋତୁରେ ୪ ଜଣ ଯବାନ ସହିଦ ହେଲେଣି।
୧୯୮୪ରୁ ଏ ପର୍ଯ୍ୟନ୍ତ ୧ହଜାରରୁ ଅଧିକ ଯବାନ ସହିଦ
ସିଆଚୀନ୍ରେ ଏହା ପୂର୍ବରୁ ମଧ୍ୟ ଅନେକ ବାର ଦୁର୍ଘଟଣା ଘଟିଛି ଏବଂ ୧୯୮୪ରୁ ଆଜି ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଯବାନ ସହିଦ ହୋଇଯାଇଛନ୍ତି। ଏଥିରେ ୩୫ ଜଣ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ୨୦୧୬ରେ ବଡ଼ ଧରଣର ବରଫ ଝଡ଼ ଯୋଗୁଁ ୧୦ ଜଣ ଯବାନ ସହିଦ ହୋଇଯାଇଥିଲେ। ସିଆଚୀନ୍ର କାର୍କୋରମ ଅଂଚଳ ୨୦ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ଥିବା ବେଳେ ଏହା ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ। ଶୀତ ଋତରେ ଏଠାରେ ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରିରେ ପହଞ୍ଚିଥାଏ ଯାହାକି ଯବାନଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ।