‌ଲୋକସଭା ଉପବାଚସ୍ପତି ପଦ ଦାବି କଲା ଶିବସେନା

ନୂଆଦିଲ୍ଲୀ: ଲୋକସଭା ଉପବାଚସ୍ପତି ପଦ ୱାଇଏସ୍ଆରସିପିର କୌଣସି ସାଂସଦଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଶିବସେନା ଲୋକସଭା ଉପବାଚସ୍ପତି ପଦ ପାଇଁ ଆଗ୍ରହ ପ୍ରକାଶ କରିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏରେ ଦ୍ବିତୀୟ ବୃହତ୍ତମ ଦଳ ଭାବେ ଶିବସେନାର ୧୮ ଜଣ ସାଂସଦ ଥିବାରୁ ଶିବସେନା ଚାହୁଛି ଏହାର ସାଂସଦଙ୍କୁ ହିଁ ଉପବାଚସ୍ପତି ପଦ ମିଳୁ। ଏନେଇ ଆଜି ଶିବସେନା ପ୍ରଥମ ଥର ପାଇଁ ନିଜର ଅସନ୍ତୋଷ ପ୍ରକାଶ କରିଛି। ଲୋକସଭାରେ ଏନ୍‌ଡିଏର ପର୍ଯ୍ୟାପ୍ତ ସଂଖ୍ୟା ଥିବାବେଳେ ବିଜେପି କାହିଁକି ଉପବାଚସ୍ପତି ପଦ ପାଇଁ ୱାଇଏସଆର କଂଗ୍ରେସ ପଛ‌ରେ ଗୋଡ଼ାଇଛି ବୋଲି ଶିବସେନା ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର