ପଶ୍ଚିମବଙ୍ଗରେ ଟିଏମ୍‌ସି ଏବଂ ବିଜେପି ବିରୋଧରେ ଲଢ଼ିବ ଶିବସେନା

କୋଲକାତା: ବିଜେପିର ମେଣ୍ଟ ସହଯୋଗୀ ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ୪୨ ଆସନରୁ ଶିବସେନା ୧୫ଟି ଆସନରେ ନିର୍ବାଚନ ଲଢ଼ିବ ବୋଲି ଆଜି ଘୋଷଣା କରିଛି। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ସଂସଦୀୟ ନିର୍ବାଚନ ଲଢ଼ୁଥିବା ଶିବସେନା କେବଳ ହିନ୍ଦୁ ମାନଙ୍କୁ ପ୍ରାର୍ଥୀ କରିବ ଏବଂ ଟିଏମ୍‌ସି ଓ ବିଜେପି ବିରୋଧରେ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ପଶ୍ଚିବଙ୍ଗରେ ହିନ୍ଦୁତ୍ବକୁ ସୁରକ୍ଷା ଦେବାପାଇଁ ଶିବସେନା ଲଢ଼େଇ ଆରମ୍ଭ କରିଥିବା ଆଜି ଘୋଷଣା କରିଛି।

ସମ୍ବନ୍ଧିତ ଖବର