ମୁମ୍ବାଇ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ତେବେ ୨୦୧୯ ନିର୍ବାଚନରେ ବିଜେପିକୁ ଯଦି ସଂଖ୍ୟାଗରିଷ୍ଠତା ନ ମିଳେ ତେବେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇବାକୁ ବିଜେପି ଯୋଜନା କରିଛି ବୋଲି ଆଜି ଶିବସେନା କହିଛି। ଯଦି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୁଏ ତେବେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରି ପୁଣିଥରେ ସରକାର ଗଢ଼ିବା ପାଇଁ ବିଜେପି ଆର୍ଏସ୍୍ଏସ କୌଣସି ସୁଯୋଗ ଛାଡ଼ିବେ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଅତି କମ୍ରେ ୧୧୦ଟି ଆସନ ହରାଇବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି। ରାଉତଙ୍କ ଏଭଳି ବୟାନକୁ ନେଇ ରାଜନୀତି ସରଗରମ ହେବା ପରେ ଏହି ପ୍ରସଙ୍ଗରେ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମତ ରଖିଛନ୍ତି। ସେ ଟ୍ଵିଟ କରି ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ପ୍ରଣବ ଆଉ ସକ୍ରିୟ ରାଜନୀତିକୁ ଫେରିବେ ନାହିଁ ବୋଲି କହିଛନ୍ତି। ପ୍ରଣବ ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏହାକୁ ନେଇ କଂଗ୍ରେସର ବିଭିନ୍ନ ନେତା ଅସନ୍ତୋଷ ବ୍ୟକ୍ତ କରିଥିଲେ। କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମଧ୍ୟ ବିଜେପି ପ୍ରଣବଙ୍କୁ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରୁଥିବା କହିଥିଲେ। ଆଜି ଶର୍ମିଷ୍ଠା ଶିବସେନାର ବୟାନକୁ ଖଣ୍ଡନ କରିଥିଲେ ମଧ୍ୟ ଏହି ପ୍ରସଙ୍ଗ ନେଇ ରାଜନୀତି ସରଗରମ ହୋଇଛି।
ଶିବସେନାର ପ୍ରଣବ ବୋମା: ‘ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ବିଜେପିର ଚାଲ୍’
ଶର୍ମିଷ୍ଠାଙ୍କ ଖଣ୍ଡନ: ବାପା ସକ୍ରିୟ ରାଜନୀତିକୁ ଫେରିବେ ନାହିଁ
/sambad/media/post_attachments/wp-content/uploads/2018/06/pranab-mukherjee_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)