ନିର୍ବାଚନ ଲଢ଼ିବେ ଶିବସେନା ଯୁବ ସଭାପତି ଆଦିତ୍ୟ ଠାକ୍‌ରେ

ମୁମ୍ବାଇ: ଶିବସେନା ଯୁବ ସଭାପତି ତଥା ବାଲ୍‌ ଠାକ୍‌ରେଙ୍କ ନାତି ଏବଂ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେ ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ମୁମ୍ବାଇର ୱର୍ଲିରୁ ଆଦିତ୍ୟ ଠାକ୍‌ରେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ ରୢାଲିରେ ଯୋଗ ଦେଇ ଆଦିତ୍ୟ ତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ସ୍ପ‌ଷ୍ଟ କରି କହିଛନ୍ତି , ଯଦିଓ ମୁଁ ୱର୍ଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବି, ସମଗ୍ର ମହାରାଷ୍ଟ୍ର ମୋର କର୍ମଭୂମି ହେବ।

ସମ୍ବନ୍ଧିତ ଖବର