ମୁମ୍ବାଇ : ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ଥିବା ଦାବି କରି ଆଜି ଶିବସେନା-ଏନ୍ସିପି- କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିକଟରେ ଏକ ପତ୍ର ଦାଖଲ କରାଯାଇଛି। ନିର୍ବାଚନ ଫଳାଫଳ ଆସିବାପରେ ଏହି ୩ ଦଳ ଦ୍ବାରା ‘ ମହାରାଷ୍ଟ୍ର ବିକାଶ ଅଘାଡ଼ି’ ମେଣ୍ଟ ଗଠନ କରାଯାଇଛି। ଏହା ନିକଟରେ ସଂଖ୍ୟା ଗରିଷ୍ଠତା ଥିବା ଦାବି କରାଯାଇଛି। ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ ବୋଲି ମେଣ୍ଟ ପକ୍ଷରୁ ଦାବି ହୋଇଛି। ରାଜ୍ୟପାଳଙ୍କ ନିକଟରେ ଦାଖଲ ହୋଇଥିବା ପତ୍ରରେ ଶିବସେନା ନେତା ଏକନାଥ ସିନ୍ଦେ, ଏନ୍ସିପି ରାଜ୍ୟ ମୁଖ୍ୟ ଜୟନ୍ତ ପାଟିଲ୍ ଏବଂ କଂଗ୍ରେସ ମହାରାଷ୍ଟ୍ର ବିଭାଗ ମୁଖ୍ୟ ବାଲ୍ସାହେବ ଥୋରଟଙ୍କ ସ୍ବାକ୍ଷର ରହିଛି। ୩ ଦଳର ନେତାମାନେ କହିଛନ୍ତି, ଫଡ଼ନାବିସ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହେଲେ ସରକାର ଗଠନ ପାଇଁ ସେମାନଙ୍କ ଦାବି ଉପରେ ବିଚାରବିମର୍ଶ କରାଯିବ। ଅନ୍ୟପକ୍ଷେ ବିଜେପି ପକ୍ଷରୁ ଏହି ପତ୍ରକୁ ମୂଲ୍ୟହୀନ ବୋଲି କୁହାଯାଇଛି।
ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଶିବସେନା-ଏନ୍ସିପି-କଂଗ୍ରେସର ପତ୍ର, ସଂଖ୍ୟାଗରିଷ୍ଠତା ଦାବି
/sambad/media/post_attachments/wp-content/uploads/2019/11/dfh54fh87fsdhsfh8sfsfsfsfsfsfsfsf.jpg)