ଅହମଦାବାଦ: ଗୁଜରାଟର ବଡ଼ୋଦରା ଜିଲ୍ଲାରେ ମହୀସାଗର ନଦୀ ଉପରେ ଥିବା ୪୦ ବର୍ଷ ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ମଙ୍ଗଳବାର ସକାଳେ ୧୩ ଜଣଙ୍କର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।

Advertisment

ଗୁଜୁରାଟର ବଡ଼ୋଦରା ଜିଲ୍ଲାରେ ଥିବା ଏକ ପରିବାର ପ୍ରାୟ ୨୮୦ କିଲୋମିଟର ଦୂରରେ ଥିବା ଏକ ମନ୍ଦିରକୁ ଗତକାଲି ଭୋର ସମୟରେ ଚାରି ବର୍ଷୀୟା ବେଦିକା ଏବଂ ତାଙ୍କର ଏକ ବର୍ଷର ଭାଇ ନୈତିକ ସେମାନଙ୍କ ବାପାମାଆଙ୍କ ସହିତ ବାହାରିଥିଲେ।

ପରିବାର କିଛି ସମ୍ପର୍କୀୟଙ୍କ ସହିତ ଏକ ଭ୍ୟାନରେ ଯାତ୍ରା କରୁଥିଲେ। ଗାଡ଼ିଟି ମହିସାଗର ନଦୀ ପାର ହେଉଥିଲା ବେଳେ ୪୦ ବର୍ଷୀୟା ଗମ୍ଭୀରା ସେତୁଟି ଛିିଡ଼ି ପଡ଼ିଥିଲା। ସେହି ଦୁର୍ଘଟଣାରେ ମହିଳା ଜଣକ ବଞ୍ଚି ଯାଇଥିବା ବେଳେ ଦୁଇ ପିଲା ଓ ସ୍ବାମୀ ମୃତ୍ୟୁ ବରଣ କରିଛନ୍ତି। 

ଏ ସଂପର୍କରେ ଜୀବିତ ମହିଳା ଗଣମାଧ୍ୟମରେ କହିଛନ୍ତି, ‘‘ଆମର ପରିବାର ଏବଂ ଆମ ଗାଁର ଅନ୍ୟ କିଛି ସମ୍ପର୍କୀୟ ବାଗଦାନା ମନ୍ଦିର ଦର୍ଶନ ପାଇଁ ଏକ ଭ୍ୟାନ ଭଡ଼ା ନେଇଥିଲେ। ସକାଳ ପ୍ରାୟ ୭ଟା ବେଳେ, ଯେତେବେଳେ ଆମେ ସେତୁ ପାର ହେଉଥିଲୁ। ସେତୁଟି ଖସିପଡ଼ିଲା। ଆମ କାର ସାମ୍ନାରେ ଥିବା ଗାଡ଼ିଟି ନଦୀରେ ପଡ଼ିଗଲା ଏବଂ ଆମର ଭ୍ୟାନ ପଛେ ପଛେ ଗଲା। ଯେତେବେଳେ ମୁଁ ପାଣିରେ ପଡ଼ିଗଲି, ସାହାଯ୍ୟ ପାଇଁ ଚିତ୍କାର କଲି। ମୁଁ ଚିତ୍କାର କରି ଲୋକମାନଙ୍କୁ ମୋ ପିଲା ଏବଂ ସ୍ୱାମୀଙ୍କୁ ବଞ୍ଚାଇବାକୁ ଅନୁରୋଧ କରି ଚାଲିଲି। ଗୋଟିଏ ଘଣ୍ଟା ପରେ ସାହାଯ୍ୟ ଆସିଲା, ମୋ ବ୍ୟତୀତ ସେହି ଭ୍ୟାନରେ ଥିବା ସମସ୍ତେ ମରିଗଲେ,"।