ପୁତୁରାଙ୍କ ବିରୋଧରେ ଲଢ଼ିବେ ଶିବପାଲ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବିଦ୍ରୋହୀ ନେତା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି (ପିଏସ୍‌ପି) ସୁପ୍ରିମୋ ଶିବପାଲ ଯାଦବ ଆଗାମୀ ଲୋକସଭା ନିର୍ବାଚନ ଫିରୋଜାବାଦରୁ ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। ଶିବପାଲଙ୍କ ଭାଇ ରାମଗୋପାଳ ଯାଦବଙ୍କ ପୁଅ ଅକ୍ଷୟ ଯାଦବ ଏବେ ଫିରୋଜାବାଦ ସାଂସଦ ଅଛନ୍ତି ଏବଂ ଆଗାମୀ ନିର୍ବାଚନରେ ଶିବପାଲଙ୍କ ସହ ଅକ୍ଷୟଙ୍କ ମୁକାବିଲା ହେବ। ଦାଦା-ପୁତୁରା ଲଢ଼େଇ ନିଶ୍ଚିତ ହୋଇଯିବାରୁ ଏବେ ସମାଜବାଦୀ ପାର୍ଟିର ଚିନ୍ତା ବଢ଼ିଯାଇଛି। ଶିବପାଲ ଆଜି କଂଗ୍ରେସ ସହ ମେଣ୍ଟ କରିବେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି। ମାୟାବତୀ ପୂର୍ବରୁ ୩ ଥର ବିଜେପି ସମର୍ଥନରେ ସରକାର ଗଠନ କରିଛନ୍ତି ଏବଂ ତାଙ୍କୁ କଦାପି ବିଶ୍ବାସ କରାଯିବା ଉଚିତ ନୁହେଁ ବୋଲି ଶିବପାଲ କହିଛନ୍ତି। ଅଖିଳେଶ ଯାଦବଙ୍କ ଏକଛତ୍ରବାଦୀ ନୀତି ଯୋଗୁଁ ସେ ସମାଜବାଦୀ ପାର୍ଟି ଛାଡ଼ିବାକୁ ବାଧ୍ୟ ହେଲେ ବୋଲି ଶିବପାଲ କହିଛନ୍ତି।

ସମ୍ବନ୍ଧିତ ଖବର