ପୁଣି ସାଇକେଲ ଧରିବାକୁ ଇସାରା ଦେଲେ ଶିବପାଲ, ୨୫ ପ୍ରତିଶତ ଅଧିକାର ମିଳିଲେ ଫେରିବେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୀତି ତୀବ୍ର ହେବାରେ ଲାଗିଛି | ବିଧାନସଭା ନିର୍ବାଚନକୁ ନେଇ ପ୍ରତ୍ୟେକ ଦଳ ନିଜର ଗୋଟିଚାଳନା କରୁଥିବାବେଳେ ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟି (ଏସପି) ରୁ ବିଦାୟ ନେଇ ନିଜ ଦଳ ପ୍ରଗତିଶିଳ ସମାଜବାଦୀ ପାର୍ଟି (ପିଏସପି) ଗଠନ କରିଥିବା ମୁଖ୍ୟ ଶିବପାଲ ଯାଦବ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବା ନେଇ ଇସାରା ଦେଇଛନ୍ତି |

ଶିବପାଲ କହିଛନ୍ତି ଯେ କେନ୍ଦ୍ର ତଥା ଉତ୍ତରପ୍ରଦେଶରେ ବିଜେପି ସରକାର ବିଫଳ ହୋଇଛି । ସେ କହିଛନ୍ତି ଯେ ନେତାଜୀ(ମୁଲାୟମ)ଙ୍କ ଦ୍ୱାରା ସମାଜବାଦୀ ପାର୍ଟି ୭୫ ପ୍ରତିଶତ ବୃଦ୍ଧି ହୋଇଥିଲା | ଆଉ ଦଳର ବିସ୍ତାରରେ ମୋର ୨୫ ପ୍ରତିଶତ ଅବଦାନ ରହିଛି । ଅଖିଳେଶ ଯାଦବ ବଡ ଲୋକ ହୋଇଗଲେଣି, ସେ ମୋର ୨୫ ପ୍ରତିଶତ ଫେରାଇଦିଅନ୍ତୁ, ମୁଁ ସମାଜବାଦୀ ପାର୍ଟିକୁ ଫେରିଯିବି |

ରବିବାର ଦିନ ଗାଜିଆବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିବପାଲ ଯାଦବ ଏହା କହିଛନ୍ତି। ଶିବପାଲ କ୍ରମାଗତ ମୁଦ୍ରାସ୍ଫୀତି ବୃଦ୍ଧି, କୃଷକଙ୍କ ସମସ୍ୟା, ବେକାରୀ, ଡିଜେଲ, ପେଟ୍ରୋଲ, ଗ୍ୟାସ ଦର ବୃଦ୍ଧିକୁ ନେଇ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ | ସେ କହିଛନ୍ତି ଯେ ଚାଷୀଙ୍କ କଥା ଶୁଣିବା ପରିବର୍ତ୍ତେ ଲାଠି ଚାର୍ଜ ସହ ଗାଡି ଚଢାଇ ହତ୍ୟା କରାଯାଉଛି । ଉତ୍ତରପ୍ରଦେଶ ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ ସେ ଏକ ପ୍ରମୁଖ ଜାତୀୟ ଦଳ ସହ ମେଣ୍ଟ କରିବେ।

ସମ୍ବନ୍ଧିତ ଖବର