ଆଜି କାଶ୍ମୀର, କାଲି ପିଓକେ ଆମର ହେବ: ଶିବସେନା ସାଂସଦ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱାରା ଜମ୍ମୁକାଶ୍ମୀରରେ ଅନୁଛେଦ ୩୭୦କୁ ଉଚ୍ଛେଦ କରାଯିବା ନେଇ ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ରାଜ୍ୟସଭାରେ ଆଗତ କରିଥିଲେ । ଏହି ବିଲ ଆଇନରେ ପରିଣତ ହେବା ପରେ ଜାମ୍ମୁ ଓ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଂଚଳ ଓ ଲଦାଖ ଏକ କେନ୍ଦ୍ର ଶାସିତ ଅଂଚଳ ହେବ । ବିଲ ସପକ୍ଷରେ ୧୨୫ ଓ ବିପକ୍ଷରେ ୬୧ଟି ଭୋଟ ପଡିଥିଲା । ତେବେ ଏହାକୁ ନେଇ ରାଜ୍ୟସଭାରେ ବିରୋଧୀ ହଟଗୋଳ କରିଥିଲେ | ତେବେ ସଂସଦରେ ଶିବସେନା ସାଂସଦ ସଞ୍ଜୟ ରାବତଙ୍କୁ ପୁରା ଜୋସରେ ଦେଖିବାକୁ ମିଳିଥିଲା |

ଏହି ଅଵସରରେ ସଞ୍ଜୟ କହିଛନ୍ତି ଯେ ଆଜି ଜମ୍ମୁକାଶ୍ମୀର ଭାରତରେ ମିଶିଛି କାଲି ବେଲୁଚିସ୍ତାନ ଓ ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର) ମଧ୍ୟ ଭାରତରେ ମିଶିଯିବ | ତାଙ୍କୁ ବିଶ୍ୱାସ ଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଖଣ୍ଡ ହିନ୍ଦୁସ୍ତାନର ସ୍ବପ୍ନକୁ ପୂରଣ କରିବେ |

ଏଠାରେ ସୂଚନା ଥାଉ କି ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ କରି ପିଓକେରେ ରହୁଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରାଯିବା ସହ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା | ସେହିପରି ବେଲୁଚିସ୍ତାନକୁ ଅଧିକାର ଦେବା ପାଇଁ ବେଲୁଚିସ୍ତାନର ଅଧିବାସୀମାନେ ପ୍ରାୟ ସମୟ ଦାବି କରିଆସୁଛନ୍ତି |

ସମ୍ବନ୍ଧିତ ଖବର