କାଶ୍ମୀରର ଶତ୍ରୁ କିଏ ? ଶିବସେନା କଲା ଦୁଇ ନେତାଙ୍କୁ ଟାର୍ଗେଟ

ମୁମ୍ବାଇ: ଶିବସେନା ନିଜର ମୁଖପତ୍ର ‘ସାମନା’ରେ କାଶ୍ମୀର ନେତା ଫାରୂଖ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ କଡା ସମାଲୋଚନା କରିଛି | ଶିବସେନା ପକ୍ଷରୁ ଲେଖାଯାଇଅଛି ଯେ କାଶ୍ମୀରର ସମୃଦ୍ଧି ପାଇଁ ଓ ବ୍ୟବସାୟ ବୃଦ୍ଧି କରିବାକୁ ଆଇନରେ ପରିବର୍ତ୍ତନ ଆବଶ୍ୟକ | ଏଥିପାଇଁ କାଶ୍ମୀରରୁ ଧାରା-୩୭୦କୁ ହଟାଇବା ଆବଶ୍ୟକ |

Newsmobile

ଦେଶର ସଂସଦ ଦ୍ୱାରା ଲାଗୁ ହେଉଥିବା ଆଇନ ଜାମ୍ମୁ-କାଶ୍ମୀରରେ ଲାଗୁ ହୋଇପାରେ ନାହିଁ, ଯାହାକି ଭାରତର ସଂସଦ ପ୍ରତି ଅପମାନ | ସେହିପରି ସାମନା ରେ ଲେଖାଯାଇଛି ଯେ କାଶ୍ମୀରରେ ଡା.ଫାରୁକ ଅବଦୁଲ୍ଲାଙ୍କ ଭଳି ନେତା ଦେଶ ପାଇଁ ବୋଝ ହୋଇଯାଇଛନ୍ତି | ଅବଦୁଲ୍ଲାଙ୍କ ଭଳି ନେତା କେବଳ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ ବିରୋଧ କରୁନାହାନ୍ତି |

ବରଂ କାଶ୍ମୀରକୁ ଅଲଗା କରିବାକୁ ଧମକ ମଧ୍ୟ ଦେଉଛନ୍ତି | ମେହବୁବାଙ୍କୁ ସମାଲୋଚନା କରି ସାମନା ପକ୍ଷରୁ ଲେଖାଯାଇଛି ଯେ ମେହବୁବା ମୁଫତିଙ୍କୁ ଅନୁଭବ ହୋଇଥାଏ ଯେ ଭାରତ ଗେରୁଆ ରଙ୍ଗର ଜର୍ସି ପିନ୍ଧିବାରୁ ହାରିଗଲା | କିନ୍ତୁ ପାକିସ୍ତାନ ବିଶ୍ୱକପରୁ ବାଦ ପଡିବା ମେହବୁବାଙ୍କୁ କଷ୍ଟ ଦେଇଛି ବୋଲି ଶିବସେନା ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର