ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅପଦସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା ।
ଏହି ଘଟଣା ପରେ କର୍ଣ୍ଣାଟକରେ ପୁଣି ଥରେ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ସେପଟେ ଏହି ଘଟଣାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରି କହିଛି ଯେ ନିଜ ଦଳର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅପମାନ ହୋଇଛି ।
ବିଜେପି ମୁଖପାତ୍ର ତଥା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ସିଦ୍ଧ ଦିଲ୍ଲୀ ଆସିଲେ କିନ୍ତୁ ରାହୁଲଙ୍କୁ ଭେଟିପାରିଲେ ନାହିଁ ଓ ନିରାଶ ହୋଇ ଫେରିଗଲେ । ଏହା ତାଙ୍କର ଅପମାନ ।
ବିଜେପି ମୁଖପାତ୍ର ତଥା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ସିଦ୍ଧ ଦିଲ୍ଲୀ ଆସିଲେ କିନ୍ତୁ ରାହୁଲଙ୍କୁ ଭେଟିପାରିଲେ ନାହିଁ ଓ ନିରାଶ ହୋଇ ଫେରିଗଲେ । ଏହା ତାଙ୍କର ଅପମାନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା କଂଗ୍ରେସରେ ନୂଆ ନୁହେଁ । ପୂର୍ବରୁ ବି ରାଜୀବ ଗାନ୍ଧି କର୍ଣ୍ଣାଟକର ତତକାଳୀନ ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ପାଟିଲଙ୍କୁ ଅପମାନିତ କରି ତାଙ୍କୁ ବରଖାସ୍ତ କରିଦେଇଥିଲେ । ଏବେ ଦୁର୍ବଳ ସିଦ୍ଧରମୈୟା ତାଙ୍କର ଆସନ ହାତେଇବାକୁ ଅପେକ୍ଷା କରିଥିବା ଡିକେ ଶିବକୁମାରଙ୍କ ପଛରେ ଆଶ୍ରୟ ନେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/11/sidda-1-2025-07-11-18-16-47.jpg)