ଭାରତ-ଚୀନ୍ ବନ୍ଧୁତ୍ବ କାର୍ଯ୍ୟକ୍ରମରେ ନିଜର ନାମ ଦେଖି ସିଦ୍ଦରମେୟାଙ୍କ ବିସ୍ମୟ

ବେଙ୍ଗାଲୁରୁ : ଇଣ୍ଡୋ-ଚୀନ୍ ଫ୍ରେଣ୍ଡ୍‌ସିପ ଆସୋସିଏସନର କର୍ଣ୍ଣାଟକ ଚାପ୍ଟରର ଏକ ଆଲୋଚନାଚକ୍ର ରବିବାରଠାରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ କୁମାରକୃପା ରୋଡ୍‌-ସ୍ଥିତ ଚିତ୍ରକଳା ପରିଷଦରେ ଅନୁଷ୍ଠିତ ହେବାକୁ ଯାଉଛି। ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ଛପା ହୋଇଥିବା ନିମନ୍ତ୍ରଣପତ୍ରରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ନିଜର ନାମ ଦେଖି ବିସ୍ମୟ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ନିମନ୍ତ୍ରଣକୁ ସେ ଗ୍ରହଣ କରି ନ ଥିଲେ। ତା’ ସତ୍ତ୍ବେ ନିମନ୍ତ୍ରଣପତ୍ରରେ ତାଙ୍କର ନାମ ଛପା ହେଲା କେମିତି? ସିଦ୍ଦାରମେୟା କହିଛନ୍ତି ଯେ ତାଙ୍କ ଦଳ ଓ ତାଙ୍କ ପଦବୀ ଉକ୍ତ କାର୍ଯ୍ୟକ୍ରମର ଏଜେଣ୍ଡା-ବିରୋଧୀ। ତେଣୁ ସେ ନିମନ୍ତ୍ରଣକୁ ଗ୍ରହଣ କରି ନ ଥିଲେ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଇସିଏଫ୍‌ଏର ଅଧ୍ୟକ୍ଷ କେ ଶ୍ରୀନିବାସ ଗୌଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନାଚକ୍ରରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡ. ଏଚ୍‌ସଚି ମହ‌ାଦେବାପ୍ପା, ରାଜ୍ୟସଭା ଏମ୍‌ପି ଡ. ଏଲ୍‌. ହନୁମନ୍ତାୟା ଓ ପୂର୍ବତନ ମନ୍ତ୍ରୀ ପିଜିଆର୍‌ ସିନ୍ଧିଆ ପ୍ରମୁଖ ବକ୍ତଭାବେ ଯୋଗ ଦେବେ।

ସମ୍ବନ୍ଧିତ ଖବର