ବେଙ୍ଗାଲୁରୁ , ୭/୯ : ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ ଉଚ୍ଛେଦ' ଟିପ୍ପଣୀ ପାଇଁ ଇଣ୍ଡିଆ ମେଣ୍ଟକୁ ବିଜେପି ଟାର୍ଗେଟ୍ କରିଥିବା ବେଳେ ଏହି ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ସିଦ୍ଦରମେୟା କହିଛନ୍ତି, କେରଳରେ ତାଙ୍କୁ ଏକ ମନ୍ଦିରରେ ପ୍ରବେଶ କରିବାପାଇଁ ସାର୍ଟ କାଢ଼ିବାକୁ କୁହାଯାଇଥିଲା। କିନ୍ତୁ ସେ ମନ୍ଦିରକୁ ଯାଇନଥିଲେ।
ମନ୍ଦିର ବାହାରେ ରହି ସେ ପ୍ରାର୍ଥନା କରିଥିବା କହିଥିଲେ। ସନାତନ ଧର୍ମରେ ଏହା ଏକ ଅମାନବୀୟ ଅଭ୍ୟାସ ବୋଲି ବେଙ୍ଗାଲୁରୁରେ ସମାଜ ସଂସ୍କାରକ ନାରାୟଣ ଗୁରୁଙ୍କ ୧୬୯ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଦ୍ଦରମେୟା ଟିପ୍ପଣୀ ଦେଇଛନ୍ତି। ସିଦ୍ଦରମେୟା କହିଛନ୍ତି, କେନ୍ଦ୍ରରେ ବିଜେପି ସରକାର ହେଉଛି ଗରିବ ବିରୋଧୀ ଏବଂ ଏହା ପୁଞ୍ଜିପତିଙ୍କୁ ସମର୍ଥନ କରୁଛି। ଅନ୍ୟପକ୍ଷରେ ସିଦ୍ଦରମେୟା ଯୋଜନାବଦ୍ଧ ଭାବେ ସନାତନ ଧର୍ମକୁ ଟାର୍ଗେଟ୍ କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ଏହା ତାଙ୍କ ତୁଷ୍ଟୀକରଣ ନୀତିର ପ୍ରତିଫଳନ ବୋଲି ବିଜେପି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/siddhiramaya-20323.jpg)