କରୋନାଭାଇରସ୍‌ ମୁକାବିଲା : ପ୍ରଥମ ଥର ସର୍ବସାଧାରଣଙ୍କ ଦର୍ଶନ ଲାଗି ବନ୍ଦ ରହିବ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର !

ମୁମ୍ବାଇ: କରୋନାଭାଇରସ୍‌ ସଂକ୍ରମଣର କୋକୁଆ ଭୟ ପୂରା ବିଶ୍ୱରେ ଦେଖିବାକୁ ମିଳିଛି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ସୋମବାର ସନ୍ଧ୍ୟା ୭ଟା ଠାରୁ ବନ୍ଦ କରି ଦିଆଯାଇଛି। ମନ୍ଦିର କେବେ ଖୋଲିବ ତାହାର ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ତେବେ ମନ୍ଦିର ବନ୍ଦ କରାଯିବା ସମୟରେ ସେଠାରେ ଭକ୍ତଙ୍କ ପ୍ରବଳଭିଡ଼ ଲାଗି ରହିଥିବା ବି ଦେଖିବାକୁ ମିଳିଥିଲା।

ମନ୍ଦିର ବନ୍ଦ କରିବା ନିଷ୍ପତ୍ତି ପୂର୍ବରୁ ସଚେତନା ଦୃଷ୍ଟିରୁ ସିଦ୍ଧବିନାୟକ ମନ୍ଦିରରେ ଥିବା ପୁରୋହିତମାନେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ ମନ୍ଦିର ଭିତରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ଦ୍ୱାରରେ ସାନିଟାଇଜର ଦିଆଯାଉଥିଲା।

ସିଦ୍ଧବିନାୟକ ମନ୍ଦିର ପରିଚାଳନା କରୁଥିବା ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକରଙ୍କ କହିବାନୁସାରେ, କରୋନାଭାଇରସ୍‌ କାରଣରୁ ସତର୍କତାମୂଳକ ପଦକ୍ଷେପ ଭାବରେ ଆମର କମିଟି ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରସଙ୍ଗରେ ଅଧିକ ସୂଚନା ନ ମିଳିବା ଯାଏଁ ମନ୍ଦିର ବନ୍ଦ ରହିବ।

Siddhivinayak temple closed to fight coronavirus pandemic
.indiatoday.in

ମନ୍ଦିର ବନ୍ଦକୁ ନେଇ ଲୋକମାନେ କହିଛନ୍ତି, ‘ବୋଧହୁଏ ପ୍ରଥମ ଥର ପାଇଁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି।’

କେବଳ ଏତିକି ନୁହେଁ, ବାନ୍ଦେକର ମନ୍ଦିରରେ ଚିକିତ୍ସା କେନ୍ଦ୍ର ଖୋଲା ରହିବ ବୋଲି ଆଶ୍ୱାସନା ଦେଇଛନ୍ତି। ଯେଉଁମାନଙ୍କୁ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ରହିଛି, ସେମାନେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ସହଜ ଓ ସୁବିଧାରେ ଚିକିତ୍ସା ପାଇ ପାରିବେ ବୋଲି ବାନ୍ଦେକର କହିଛନ୍ତି।

ଏଥିସହିତ କୌଣସି ସ୍ଥାନରେ ଭିଡ ନ ଜମାଇବା ସହିତ ସାର୍ବଜନୀନ କାର୍ଯ୍ୟକ୍ରମର ଆୟୋଜନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଘୋଷଣା କରିଥିଲେ। ମହାରାଷ୍ଟ୍ରରେ କୋଭିଡ ୧୯ର ୩୮ଟି ପଜିଟିଭ ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର