ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ଅବସ୍ଥା ପଞ୍ଜାବରେ ହେବାକୁ ଦିଆଯିବ ନାହିଁ, ସିଦ୍ଧୁ-କ୍ୟାପଟେନଙ୍କ କଳିକୁ ନେଇ ବଡ ବୟାନ ଦେଲେ ପଞ୍ଜାବ ପିସିସି ସଭାପତି

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏବଂ ଦଳର ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବଢ଼ିଥିବା କଳହ ଏବଂ ବିବାଦ ବହୁଦିନ ହେଲା ଦିଲ୍ଲୀରେ ପହଞ୍ଚି ସାରିଛି। ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ବ ଜୋରଦାର ଲାଗିପଡ଼ିଛି। ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ରାୱତ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ରାୱତ କହିଛନ୍ତି, ନବଜୋତ ସିଂ ସିଦ୍ଧୁଙ୍କୁ ଶୀଘ୍ର ଦିଲ୍ଲୀ ଡକାଯିବ। କମିଟି ସିଦ୍ଧୁଙ୍କ ସହ ଆଲୋଚନା କରିବ। ହରିଶ ରାୱତ କହିଛନ୍ତି, ‘ସୋନିଆ ଗାନ୍ଧୀ ଏହି ସମସ୍ୟାର ସମାଧାନ ବାହାର କରିବେ, ଆମର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଅଛି| ସୋନିଆ ଗାନ୍ଧୀ ହିଁ ନିଷ୍ପତ୍ତି ନେବେ ଯେ କାହା ନେତୃତ୍ୱରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଲଢେଇ କରାଯିବ ‘। ରାୱତ କହିଛନ୍ତି, ଜୁଲାଇ ୮-୧୦ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ |

ଅନ୍ୟପଟେ ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଜାଖଡ଼ କହିଛନ୍ତି ଯେ ‘ପିସିସି ସଭାପତି ଭାବରେ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆମେ ପଞ୍ଜାବକୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ପରିଣତ ହେବାକୁ ଦେବୁ ନାହିଁ | ସେଠାରୁ ଆମେ ନୀତିଶିକ୍ଷା ନେଇସାରିଛୁ ଓ ଖୁବ ଶୀଘ୍ର ପଞ୍ଜାବରେ ସବୁକିଛି ଠିକ ହୋଇଯିବ’ |

ସମ୍ବନ୍ଧିତ ଖବର