ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ଏକ ସ୍ୱାଭାବିକ ମାନବିକ ଶିଷ୍ଟାଚାର : ସିଦ୍ଧୁ

ଚଣ୍ଡୀଗଡ : ନିଜର ବିବାଦୀୟ ପାକିସ୍ତାନ ଗସ୍ତଛାଡି ଭାରତ ଫେରିଆସିଛନ୍ତି ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ । ତେବେ ବିବାଦ କମିବାର ନାଁ ଧରୁନାହିଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ସେନାମୁଖ୍ୟ କମର ଜାଭେଦ ବାଜଓ୍ଵାଙ୍କୁ ଆଲିଙ୍ଗନ କରିଥିବା ଯୋଗୁଁ ତାଙ୍କ ଦଳ କଂଗ୍ରେସ ମଧ୍ୟ ଏବେ ଅକଳରେ ପଡିଯାଇଛି । ତେବେ ସିଦ୍ଧୁ ନିଜର ଏହି ଗସ୍ତକୁ ଯଥାର୍ଥ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେ ନିଜର ବନ୍ଧୁ ଇମ୍ରାନ ଖାଁଙ୍କ ବ୍ୟକ୍ତିଗତ ନିମନ୍ତ୍ରଣରେ ଯାଇଥିଲେ । ସେ ପୁଣି ଭାରତ ସରକାରଙ୍କ ଅନୁମତି ମିଳିବା ପରେ ଯାଇଥିଲେ । ନିଜେ ବୈଦେଶିକ ମନ୍ତ୍ରାଳୟ ତାଙ୍କ ଗ୍ରସ୍ତକୁ ସବୁଜ ସଂକେତ ଦେଇଥିଲେ । ଏଣୁ ଏଥିରେ ଖରାପ କଣ ରହିଲା ? ଆଲିଙ୍ଗନ ପ୍ରସଙ୍ଗରେ ସେ କହିଛନ୍ତି ଯେ ଜଣେ ଯଦି ଆପଣଙ୍କ ଆଡକୁ ବନ୍ଧୁତାର ହାତ ବଢାଇଲା ଆପଣ ପଛଘୁଞ୍ଚା ଦେବେ ? ମଣିଷର ସ୍ୱାଭାବିକ ଆଚରଣ ଅନୁସାରେ ଆପଣ ତାହାକୁ ସ୍ୱୀକାର କରିବେ । ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଦ୍ୱାରା ହିଁ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ପୂର୍ବରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ମଧ୍ୟ ପାକିସ୍ତାନ ଗସ୍ତ କରିଥିଲେ ।

ସମ୍ବନ୍ଧିତ ଖବର