ସରୁନି ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ : କହିଲେ ପଞ୍ଜାବର ବିକାଶ କରିବାକୁ ହେଲେ ପାକିସ୍ତାନର ଗେଟ୍ ଖୋଲି ଦିଅ

ଚଣ୍ଡିଗଡ଼ : ପଞ୍ଜାବରେ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କ ବିବାଦୀୟ ବୟାନ ସଂଖ୍ୟା ବଢିଚାଲିଛି । ଏପରି ବୟାନ ଦେଉଛନ୍ତି ଯେ କଂଗ୍ରେସ ହାଇକମାଣ୍ଡ ବୁଝିପାରୁନାହାନ୍ତି କି କି ସଫେଇ ଦେବେ ।

ଆଜି ପାକିସ୍ତାନକୁ ନେଇ ଆଉ ଏପରି ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ନିଜର କର୍ତ୍ତାରପୁର ଗସ୍ତ ସମୟରେ ସିଦ୍ଧୁ କହିଛନ୍ତି ଯେ ପଞ୍ଜାବର ବିକାଶ କରିବାକୁ ହେଲେ ( ସୀମାପାର ବାଣିଜ୍ୟ କାରବାର ପାଇଁ) ପାକିସ୍ତାନ ସୀମାରେ ଥିବା ଗେଟକୁ ଖୋଲିଦିଆଯିବା ଉଚିତ । ପଞ୍ଜାବର ଲୋକ ମାତ୍ର ୨୧ କିଲୋମିଟର ଦୂର ପାକିସ୍ତାନକୁ ନ ଯାଇ ୨୧୦୦ କିଲୋମିଟର ଦୂର ମୁଦ୍ରା ବନ୍ଦର (ଗୁଜୁରାଟ) କାହିଁକି ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ପୂର୍ବରୁ ସିଦ୍ଧୁ ଆଉ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କର ବଡ଼ ଭାଇ ପରି । ଉଭୟ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇମ୍ରାନ ଖାଁଙ୍କ ଉଦ୍ୟମ ଫଳରେ କର୍ତ୍ତାରପୁର କରିଡର ପୁଣି ଖୋଲି ପାରିଛି ବୋଲି ସିଦ୍ଧୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପାକିସ୍ତାନର କର୍ତ୍ତାରପୁରରେ ଥିବା ଗୁରୁଦ୍ବାରା ଦରବାର ସାହିବ ଶିଖମାନଙ୍କ ପାଇଁ ଏକ ପବିତ୍ର କ୍ଷେତ୍ର । ଏହିଠାରେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଦେବ ନିଜର ଶେଷ ସମୟ କଟାଇଥିଲେ ।

 

ସମ୍ବନ୍ଧିତ ଖବର