ନିୟନ୍ତ୍ରଣ ହରାଇଲେ ସିଦ୍ଧରାମେୟା

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମେୟା  ଏକ ସଭାରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ହଠାତ୍‌ ଜଣେ ମହିଳାଙ୍କ ହାତରୁ ମାଇକ୍ ଛଡ଼ାଇ ଆଣିବା ସହ ତାଙ୍କୁ ଭର୍ତ୍ସନା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସିଦ୍ଧରାମେୟାଙ୍କ ସଭାରେ ଜଣେ ମହିଳା କର୍ମୀ ତାଙ୍କୁ କେତେକ ପ୍ରଶ୍ନ କରିଥିଲେ। କେବଳ ନିର୍ବାଚନ ସମୟରେ ତାଙ୍କୁ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ। କିନ୍ତୁ ମହିଳାଙ୍କର ଏତିକି କଥା‌ରେ କ୍ରୋଧାନ୍ବିତ ହୋଇ ଯାଇଥିଲେ ସିଦ୍ଧରାମେୟା। ମହିଳାଙ୍କ ହାତରୁ ମାଇକ୍ ଛଡ଼ାଇ ଆଣି ତାଙ୍କର ଅଭଯୋଗ ପାଇଁ ଭର୍ତ୍ସନା କରିଥିଲେ। ତେବେ ମାଇକ ଛଡ଼ାଇ ଆଣିବା ସମୟରେ ମହିଳାଙ୍କ ଓଢ଼ଣି ମଧ୍ୟ ଖସି ଯାଇଥିଲା। ଏନେଇ ଏକ ଭିଡିଓ ଜାରି ହୋଇଛି। ବିଜେପି ଏହି ଘଟଣା ପାଇଁ ସିଦ୍ଧରାମେୟା ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି। ଏକ ଟ୍ବିଟ୍‌‌ ମାଧ୍ୟମରେ ବିଜେପି ସିଦ୍ଧରାମେୟାଙ୍କୁ ଦୁଃଶାସନ ବୋଲି କହିଛି। ଉକ୍ତ ଘଟଣା ପରେ କେପିସିସି ମୁଖ୍ୟ ଦିନେଶ ଗୁଣ୍ଡୁ ରାଓ ସିଦ୍ଧରାମେୟାଙ୍କ ସପକ୍ଷରେ କହିଛନ୍ତି ‌ଯେ ମହିଳା ଜଣଙ୍କ ଅତ୍ୟନ୍ତ ରୁକ୍ଷ ଭାବେ ପ୍ରଶ୍ନ କରିବାରୁ ସେ ତାଙ୍କ ହାତରୁ ମାଇକ୍ ଛଡ଼ାଇ ଆଣିଥିଲେ।

ସମ୍ବନ୍ଧିତ ଖବର