ନୂଆଦିଲ୍ଲୀ : କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଆଜି ଏକ ବୟାନ ଦେଇ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯଦି ଆମେଥିରେ ନିର୍ବାଚନ ହାରନ୍ତି ତେବେ ସେ ରାଜନୀତି ଛାଡ଼ିଦେବେ। ସେହିପରି ସିଦ୍ଧୁ ଆଜି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦୃଢ଼ ପ୍ରଶଂସା କରିଛନ୍ତି। ଦେଶ ସୋନିଆଙ୍କ ଠାରୁ ଜାତୀୟତାବାଦର ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ସିଦ୍ଧୁ କହିଛନ୍ତି। କଂଗ୍ରେସ ଶାସନ କାଳରେ ଦେଶରେ କୌଣସି ଆର୍ଥିକ ବିକାଶ ହୋଇନାହିଁ ବୋଲି ବିଜେପି କହୁଥିବା ବେଳେ ସିଦ୍ଧୁ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ କଂଗ୍ରେସ ଶାସନରେ ହିଁ ଦେଶରେ ଛୁଞ୍ଚିଠାରୁ ଆରମ୍ଭ କରି ବିମାନ ପର୍ଯ୍ୟନ୍ତ ସବୁକିଛି ନିର୍ମାଣ ହୋଇଥିଲା। ସୋନିଆଙ୍କ ନେତୃତ୍ବ ଯୋଗୁଁ କଂଗ୍ରେସ ପୁଣିଥରେ ୧୦ ବର୍ଷ ପାଇଁ କ୍ଷମତାରେ ଥିବାରୁ ସେ ସୋନିଆଙ୍କର ପ୍ରଶଂସା କରିଛନ୍ତି। ରାଫେଲ୍ ଚୁକ୍ତିକୁ ନେଇ ହୋଇଥିବା ବିବାଦ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ନିର୍ବାଚନରେ ହାରିବେ ବୋଲି ସେ କହିଛନ୍ତି।
ରାହୁଲ ଆମେଥିରେ ନିର୍ବାଚନ ହାରିଲେ ମୁଁ ରାଜନୀତି ଛାଡ଼ିଦେବି: ସିଦ୍ଧୁ
/sambad/media/post_attachments/wp-content/uploads/2019/04/Navjot-Singh-Sidhu_-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)