ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକ ଉପରେ ପ୍ରବେଶ ଶୁକ୍ଳା ନାମକ ‌ଜଣେ ଲୋକ ପରିସ୍ରା କରିବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ତୁରନ୍ତ ପଦକ୍ଷେପ ନେଇଥିଲେ।

Advertisment

ଅଭିଯୁକ୍ତ ବିରୋଧରେ ଏନ୍‌ଏସ୍‌ଏ ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତା’ ଘରର କିଛି ଅଂଶ ମଧ୍ୟ ବୁଲ୍‌ଡୋଜର ଲଗାଇ ଭଙ୍ଗାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମ୍ପୃକ୍ତ ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କ ଘରକୁ ଯାଇ ଏହି ଘଟଣା ପାଇଁ ତାଙ୍କୁ କ୍ଷମା ମାଗିବା ସହ ତାଙ୍କ ପାଦ ଧୋଇଥିଲେ। ଏହି ଘଟଣାପରେ ସରକାରଙ୍କୁ ନେଇ ଖୁବ ସମାଲୋଚନା କରାଯାଇଥିଲା।

ସେଠାକାର ନିର୍ବାଚନ ପରିସ୍ଥିତି କଥା କହିବାକୁ ଗଲେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ବିଜେପି ରିୱା ବିଧାନସଭା ମଣ୍ଡଳୀରୁ ସାଂସଦ ରୀତି ପାଠକଙ୍କୁ ମଇଦାନକ ଓହ୍ଲାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସାଂସଦ ରୀତି ପାଠକ ଶୀର୍ଷରେ ରହିଥିଲେ। ସେ କଂଗ୍ରେସ ପ୍ରାର୍ଥୀ ଜ୍ଞାନ ସିଂହଙ୍କ ଠାରୁ ୧୩ହଜାରରୁ ଅଧିକ ଭୋଟରେ ଆଗୁଆ ଚାଲିଛନ୍ତି। ରୀତିଙ୍କୁ ୬ଟି ପର୍ଯ୍ୟାୟ ଗଣନା ପରେ ୩୦୫୧୯ଭୋଟ ମିଳିଛି। ଏହି କ୍ରମରେ ଜ୍ଞାନ ସିଂହଙ୍କୁ ୧୬୫୫୮ଭୋଟ ମିଳିଛି। ମୋଟ ୧୯ ରାଉଣ୍ଡ ଗଣତି ହେବାକୁ ଅଛି।

ମୁରୈନାର ଦିମନି ନିର୍ବାଚନ ମଣ୍ଡଳୀରୁ କେନ୍ଦ୍ରୀୟ ନରେନ୍ଦ୍ର ସିଂହ ତୋମର, ନରସିଂହପୁରରୁ ପ୍ରହଲ୍ଲାଦ ସିଂହ ପଟେଲ, ଜବଲପୁରରୁ ପଶ୍ଚିମ ସାଂସଦ ରାକେଶ ସିଂହ, ସିଧିରୁ ସାଂସଦ ରୀତି ପାଠକ, ହୋସଙ୍ଗାବାଦରୁ ରାୱ ଉଦୟ ପ୍ରତାପ ସିଂହ ଓ ବିଜେପିର ରାଷ୍ଟ୍ରୀୟ କୈଳାଶ ବିଜୟବର୍ଗୀୟ ଇନ୍ଦୋର-୧ ନିର୍ବାଚନ ମଣ୍ଡଳୀରୁ ଆଗରେ ଅଛନ୍ତି। ସେହିପରି ଦଳର ଏକ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ  ନିଜର ନିର୍ବଚାନ ମଣ୍ଡଳୀରେ ପଛରେ ରହିଥିବା ସୂଚନା ମିଳିଛି।