ପୁଣି ତେଜିଲା ସିଦ୍ଧୁ-ଅମରିନ୍ଦର ବିବାଦ: ସିଦ୍ଧୁଙ୍କ ବିରୋଧରେ ସୋନିଆଙ୍କୁ ଅମରିନ୍ଦରଙ୍କ ଚିଠି

ନୂଆଦିଲ୍ଲୀ : ପଂଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଆଜି ପୁଣି ତେଜିଛି। ସିଦ୍ଧୁଙ୍କ ବିରୋଧରେ ଅମରିନ୍ଦର କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଏକ ପତ୍ର ଲେଖିଛନ୍ତି। ସିଦ୍ଧୁଙ୍କୁ ନେଇ ଦଳର ନିଷ୍ପତ୍ତି ସହିତ ସେ ଏକମତ ନଥିବା ଏଥିରେ ଜଣାଇଛନ୍ତି। ଇତିମଧ୍ୟ‌ରେ ସିଦ୍ଧୁ ଆଜି ସୋନିଆ ଏବଂ ରାହୁଲ ଗାନ୍ଧିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ବୈଠକରୁ ବାହାରିବା ପରେ ସିଦ୍ଧୁ ଗଣମାଧ୍ୟମକୁ କିଛି କହିନାହାନ୍ତି। ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ କରିବା ଲାଗି ସୋନିଆ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସିଦ୍ଧୁଙ୍କ ନିକଟତମ ବ୍ୟକ୍ତିମାନେ ତାଙ୍କର ନିଯୁକ୍ତି ଆଦେଶକୁ ଅପେକ୍ଷା କରିଛନ୍ତି। ତେବେ ଅମରିନ୍ଦରଙ୍କ ବିରୋଧକୁ ନେଇ ପୁଣି ଜଟିଳ ସ୍ଥିତି ଉପୁଜିଥିବାରୁ ଏହି ପ୍ରୟାସ ବିଫଳ ହେବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର