ମୋଦି ଓ ରାମଦେବ ବାବାଙ୍କ କଟାକ୍ଷ ଉଡ଼ାଇଲେ ସିଦ୍ଧୁ କହିଲେ, ପେଟ ଖାଲି ଥିବାବେଳେ ଯୋଗ ଓ ପକେଟ ଖାଲି ବେଳେ ଖାତା ଖୋଲା ଯାଉଛି

ଅହମଦାବାଦ: ପଞ୍ଜାବ ସରକାରରେ ମନ୍ତ୍ରୀ ଓ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୁଣିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତାଙ୍କ ଗୃହ ରାଜ୍ୟ ଗୁଜୁରାଟରେ କଟାକ୍ଷ କରିଛନ୍ତି। ସିଦ୍ଧୁ କହିଛନ୍ତି, ମୋଦି ଚୌକିଦାର ନୁହେଁ ଚୋର ଅଟନ୍ତି। ମୋଦିଙ୍କ ଯୋଗ କ୍ୟାମ୍ପେନ୍‌କୁ ବି ଟାର୍ଗେଟ କରି ତାଙ୍କର ମଜାକ ଉଡାଇଛନ୍ତି । ପେଟ ଖାଲି କିନ୍ତୁ ଯୋଗ କରାଯାଉଛି। ସେହିପରି ପକେଟ ଖାଲି କିନ୍ତୁ ଖାତା ଖୋଲା ଯାଉଛି। ଏପରି କ୍ଷେତ୍ରରେ ସମସ୍ତଙ୍କୁ ବାବା ରାମଦେବ ସମସ୍ତଙ୍କୁ ବନାଇ ଦିଅନ୍ତୁ।

ଅହମ୍ମଦାବାଦ ଧୋଲକାରେ ଏକ ନିର୍ବାଚନୀ ସଭାରେ ନବଜୋତ ସିଂହ ସିଦ୍ଧୁ କହିଛନ୍ତି କି, ନରେନ୍ଦ୍ର ମୋଦି ୨୦୧୪ରେ ଦେଶକୁ ବିଶ୍ୱଗୁରୁ ବନାଇବା ନାମରେ ସତ୍ତାକୁ ଆସିଥିଲେ। କିନ୍ତୁ ଆଜି ସେ ସମସ୍ତଙ୍କୁ ଚୌକିଦାର ବନାଇ ଦେଇଛନ୍ତି। ଏହା ଗଣତନ୍ତ୍ର ନୁହେଁ ଦଣ୍ଡାତନ୍ତ୍ର ଚାଲୁଛି। ଯିଏ ନିଜ ଗୁରୁ ଆଡଓ୍ଵାନୀଙ୍କ ହୋଇ ପାରିଲା ନାହିଁ ସେ ଦେଶକୁ କ’ଣ ନିଜର କରିବ। ମୋଦି ସମସ୍ତ ବରିଷ୍ଠ ନେତାଙ୍କୁ ଗୋଟିଏ ଲାଇନ୍‌ରେ ଲଗାଇ ଦେଇଛନ୍ତି। ବିଜେପି ଏକ ପ୍ରାଇଭେଟ ଲିମିଟେଡ କମ୍ପାନି ହୋଇ ଯାଇଛି।

ସମ୍ବନ୍ଧିତ ଖବର