ସିଦ୍ଧୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଜ୍‌ 

ନୂଆଦିଲ୍ଲୀ: ଆୟକର ବିଭାଗ ଆଜି ପଞ୍ଜାବ ପର୍ଯ୍ୟଟନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଜ୍‌ କରିଦେଇଛନ୍ତି। ୨୦୧୪-୧୫ ମସିହାରେ ସିଦ୍ଧୁ ତାଙ୍କ ଦ୍ୱାରା ହୋଇଥିବା ସମସ୍ତ ଖର୍ଚ୍ଚର ବିବରଣୀ ଦେଇପାରିନାହାନ୍ତି।  ସେ ତାଙ୍କ ଷ୍ଟାଫ୍‌ମାନଙ୍କୁ ୪୭.୧୧ ଲକ୍ଷ ଟଙ୍କାର ଦରମା ଦେଇଥିବା ବେଳେ ଭ୍ରମଣ ବାବଦରେ ୩୮.୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।  ପୋଷାକ ବାବଦରେ ୨୮.୩୮ ଲକ୍ଷ ଟଙ୍କା ଏବଂ ପେଟ୍ରୋଲ୍‌ ବାବଦରେ ୧୭.୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ଏ ବାବଦରେ  ଆବଶ୍ୟକ ବିଲ୍‌ ଆୟକର ବିଭାଗକୁ ଦେବାରେ ବିଫଳ ହୋଇଛନ୍ତି। ସିଦ୍ଧୁଙ୍କ ବିରୋଧରେ ୫୨ ଲକ୍ଷ ଟଙ୍କାର ଋଣ ରହିଛି। ଆୟକର ବିଭାଗ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୋଧରେ ୩ଟି ନୋଟିସ୍‌ ଜାରି କରିଥିଲେ। ଆଜି   ସିଦ୍ଧୁଙ୍କ ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଜ୍‌ କରାଯାଇଛି।

ସମ୍ବନ୍ଧିତ ଖବର