ସିଦ୍ଧୁ ମୁସେୱାଲାଙ୍କୁ ଅତି ପାଖରୁ ଗୁଳି ମାରିଥିଲା ୧୯ବର୍ଷୀୟ ସୁଟର, ଗିରଫ କଲା ପୁଲିସ

ଚଣ୍ଡୀଗଡ଼: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ରହସ୍ୟ ଉପରୁ ପୁଲିସ ଧିରେ ଧିରେ ପରଦା ହଟାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଏକାଧିକ ଲୋକଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଏବେ ଆଉ ଏକ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଅଙ୍କିତ ସିର୍ସା, ଯିଏ ସିଦ୍ଧୁ ମୁସେୱରଲାଙ୍କୁ ଅତି ପାଖରୁ ଗୁଳି ମାରିଥିଲା ତାକୁ ଆଜି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଗିରଫ କରିଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସିଦ୍ଧୁ ମୁସେୱାଲାଙ୍କ ପୂର୍ବରୁ ୧୯ବର୍ଷିୟ ଅଙ୍କିତ ସିର୍ସା ଅନ୍ୟ କାହାକୁ ହତ୍ୟା କରିନଥିଲେ।

ଜାଣିବାକୁ ମିଳିଛି ଯେ ଅଙ୍କିତ ସିର୍ସା ଚାରିମାସ ପୂର୍ବରୁ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗରେ ଯୋଗ ଦେଇଥିଲେ। ସେ ୯ମ ପାସ୍ କରିବା ପରେ ଅପରାଧର ଅନ୍ଧକାରକୁ ଠେଲି ହୋଇ ଆସିଥିଲେ। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ରବିବାର ରାତିରେ (ଜୁଲାଇ ୩) ତାଙ୍କ ସାଥୀଙ୍କ ସହ ଅଙ୍କିତ ସିର୍ସାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀର କଶ୍ମୀର ଫାଟକ ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି।

aajtak

ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଅନୁଯାୟୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆଉ ଦୁଇଜଣ ଲୋକ ତାଙ୍କ ଟାର୍ଗେଟରେ ଥିଲେ। ଏହି ଦୁଇଜଣଙ୍କୁ ହତ୍ୟା କରିବା ପରେ ଉଭୟ ବିଦେଶକୁ ପଳାୟନ କରିବାକୁ ଯୋଜନା କରିଥିଲେ। ଗିରଫ ପରେ ଉଭୟଙ୍କଠାରୁ ୯ମିମି ପିସ୍ତଲ, ବିସ୍ଫୋରକ ସାମଗ୍ରୀ ଓ ବୁଲେଟ ଭର୍ତ୍ତି ଥିବା ୧୦ଟି କାର୍ଟ୍ରିଜ, ଗୋଟିଏ .୩୦ ମିମି ପିସ୍ତଲ ମିଳିଛି। ସେମାନଙ୍କଠାରୁ ପଞ୍ଜାବ ପୁଲିସର ତିନୋଟି ୟୁନିଫର୍ମ ମଧ୍ୟ ମିଳିଛି।ଆବଶ୍ୟକ ହେଲେ ପୁଲିସ୍ ୟୁନିଫର୍ମ ଖସିଯିବାରେ ସାହାଯ୍ୟ କରିବ ବୋଲି ଦୁହେଁ ଏହାକୁ ପାଖରେ ରଖିଥିଲେ। ଏହା ବ୍ୟତୀତ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଦୁହିଁଙ୍କଠାରୁ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର