ମୁସେୱାଲାର ସୁରକ୍ଷା ହଟିଗଲା, ଏବେ ତୁରନ୍ତ ତାକୁ ହତ୍ୟା କର; ହତ୍ୟାର ଗୋଟିଏ ଦିନ ପୂର୍ବରୁ ବିଦେଶରୁ ଆସିଥିଲା କଲ୍

ଚଣ୍ଡୀଗଡ: ମେ’ ୨୯ରେ ନିଜ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଗୁଳି ମାଡ଼ରେ ମୃତ୍ୟୁବରଣ କରିଥିଲେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା। ତାଙ୍କ ହତ୍ୟା ସହ ଜଡ଼ିତ ଏକାଧିକ ଲୋକଙ୍କୁ ଗିରଫ କରି ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ଏବେ ସିଦ୍ଧୁଙ୍କ ହତ୍ୟାକୁ ନେଇ ଆଉ ଏକ ବଡ଼ ଖୁଲାସା ହୋଇଛି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ,  ମେ ୨୮ରେ ପଞ୍ଜାବର ମାନସାରେ ମୁସେୱାଲାଙ୍କୁ ହତ୍ୟା କରାଯିବାର ଗୋଟିଏ ଦିନ ପୂର୍ବରୁ କାନାଡାରୁ ପଞ୍ଜାବକୁ ଏକ କଲ୍ ଆସିଥିଲା। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ନିଜ ସାଥୀ ପ୍ରିୟବ୍ରତ ଫୌଜିଙ୍କୁ କଲ୍ କରି ମୁସେୱାଲାଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା କଥା କହିଥିଲେ। ଏହା ସହ ତୁରନ୍ତ ମୁସେୱାଲାକୁ ହତ୍ୟା କରିବା ପାଇଁ ଆଦେଶ ଦେଇଥିଲା ଗୋଲ୍ଡି ବ୍ରାର୍। ଆଦେଶ ପାଇବା ପରେ ମୋର ପୂରା ଟିମ ପ୍ରସ୍ତୁତ ଅଛି ବୋଲି ଜବାବ ଦେଇଥିଲା ଫୌଜି। ଏହାପରେ  ମେ’ ୨୯ରେ ମୁସେୱାଲାଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିଲେ ଗୋଲ୍ଡି ବ୍ରାର ଟିମ୍।

ତେବେ ଶୁଭଦୀପ ସିଂହ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଜୁନ୍‌ ୧୭ରେ ୨୯ ବର୍ଷ ହୋଇଥାନ୍ତା ଓ ସେ ନଭେମ୍ବରରେ ବିବାହ କରିଥାନ୍ତେ। । ପଞ୍ଜାବର ସାଙ୍ଗରୁର୍‌ ଜିଲ୍ଲାର ଅମନଦୀପ କୌରଙ୍କୁ ‌ସେ ଆସନ୍ତା ନଭେମ୍ବରରେ ବିବାହ କରିବା ଯୋଜନା କରିଥିଲେ । ଅମନଦୀପ କୌର କାନାଡ଼ାରେ ରହନ୍ତି ଏବଂ ପେସାରେ ଜଣେ ପିଆର୍ କନସଲଟାଣ୍ଟ।  ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୁସେୱାଲାଙ୍କ ମା’ ଚରନ କୌର ପୁଅର ବିବାହ ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲେ । ପୂର୍ବରୁ ମୁସେୱାଲା ଏପ୍ରିଲରେ ବିବାହ ପାଇଁ ଯୋଜନା କରିଥିଲେ କିନ୍ତୁ ପଞ୍ଜାବ ବିଧାନସଭା ନିର୍ବାଚନରେ ହାରିବା ପରେ ସେ ତାଙ୍କ ବିବାହ ନଭେମ୍ବରକୁ ଘୁଞ୍ଚାଇଥିଲେ।

ଅମନଦୀପ କୌରଙ୍କ ସହ  ୨ ବର୍ଷ ପୂର୍ବେ ସିଦ୍ଧୁ  ମୁସେୱାଲାଙ୍କର ଦେଖା ହୋଇଥିଲା। କିନ୍ତୁ ସବୁ ଯୋଜନା ଯୋଜନାରେ ରହିଗଲା। ପୁଅ ବାହାଘର କରିବା ପାଇଁ ମୁସେୱାଲାଙ୍କ ମା’ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର