ଚଣ୍ଡିଗଡ଼: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପଞ୍ଜାବ ପୁଲିସ ଅତି କମରେ ଆଠ ଜଣଙ୍କୁ ଗିରଫ କରିଛି। ଲଜିଷ୍ଟିକ୍ ସହାୟତା ଯୋଗାଇବା, ରିସିଭ୍ କରିବା ତଥା ଜଣାଶୁଣା ପଞ୍ଜାବୀ ଗାୟକ ଶୁଭଦୀପ ସିଂ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ଚଳାଇବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହରିୟାଣାର ସିର୍ସାର ସନ୍ଦୀପ ସିଂ ଓରଫ କେକଡା, ଭାଟିଣ୍ଡାର ତଲୱାଣ୍ଡି ସାବୋର ମନପ୍ରୀତ ସିଂ ଓରଫ ମାନ୍ନା, ଫରିଦକୋଟ ଧାଇପାଇର ମନପ୍ରୀତ ଭାଉ, ଅମୃତସରର ଡୋଡେ କାଲସିଆର ସରୋଜ ମିଣ୍ଟୁ, ହରିୟାଣାର ତାଖତ-ମଲ୍ର ପ୍ରଭଦୀପ ସିଦ୍ଧୁ ଓରଫ ପବି, ହରିୟାଣା ସୋନିପତର ରେୱଲି ଗାଁର ମୋନୁ ଡଗର, ହରିୟାଣାର ଫତେହାବାଦ ବାସିନ୍ଦା ପୱନ ବିଷ୍ଣୋଇ ଏବଂ ନସିବ। ଏଥିସହ ସିଦ୍ଧୁ ମୁସେୱାଲା ହତ୍ୟାରେ ସଂଶ୍ଳିଷ୍ଟ ୪ ସୁଟରଙ୍କୁ ମଧ୍ୟ ପଞ୍ଜାବ ପୁଲିସ ଚିହ୍ନଟ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମିଳିତ ଉଦ୍ୟମ ଚାଲିଛି। ଅନ୍ୟ ପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଛନ୍ତି ୫୦ ମିନିଟ୍ ଆଲୋଚନା କରିଛନ୍ତି। ରାହୁଲ ଆଜି ସକାଳେ ଚଣ୍ଡିଗଡ଼ ବିମାନ ବନ୍ଦରରୁ ମୁସେୱାଲାଙ୍କଙ୍କ ଗାଁକୁ ଯାଇଥିଲେ।
ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ୮ ଗିରଫ, ପରିବାରକୁ ଭେଟିଲେ ରାହୁଲ
/sambad/media/post_attachments/wp-content/uploads/2022/05/Rahul-Gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)