ଅମୃତସର: ପଂଜାବରେ ୪୩୪ ଭିଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର ହେବାର ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ସେମାନଙ୍କୁ ପୁଣିଥରେ ସୁରକ୍ଷା ଦିଆଯିବ ବୋଲି ପଂଜାବ ସରକାର ଆଜି ପଂଜାବ ଏବଂ ହରିୟାଣା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଜୁନ୍ ୭ ସୁଦ୍ଧା ସମସ୍ତ ଭିଭିଆଇପି ଏବଂ ସୁରକ୍ଷା ବଳୟରେ ଥିବା ସମସ୍ତ ଲୋକଙ୍କୁ ପୁଣିଥରେ ସୁରକ୍ଷା ଦିଆଯିବ ବୋଲି ପଂଜାବ ସରକାର କହିଛନ୍ତି। ଖୁବ୍ଶୀଘ୍ର ସରକାର ଏନେଇ ଏକ ବୟାନ ଜାରି କରିବେ। ସୁରକ୍ଷା ପ୍ରତ୍ୟାହାର ହେବାର ୨୪ ଘଣ୍ଟା ମଧ୍ୟରେ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ହାଇକୋର୍ଟ ପଂଜାବ ସରକାରଙ୍କୁ ପ୍ରଶ୍ନ କରିଥିଲେ କ’ଣ ପାଇଁ ଭିଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି ଏବଂ ଯେଉଁମାନଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି କାହିଁକି ଏହାକୁ ସାର୍ବଜନୀନ କରାଯାଇଛି। ଏହି ମାମଲାରେ ପଂଜାବ ସରକାର ଜୁନ୍ ୨ ସୁଦ୍ଧା ଜବାବ ଦାଖଲ କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ମୁସେୱାଲା ପରିବାର ସଦସ୍ୟଙ୍କ ଦାବି
ଅମୃତସର: ପଂଜାବ କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ପରିବାର ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ହତ୍ୟା ମାମଲାରେ କେନ୍ଦ୍ରୀୟ ସଂସ୍ଥା ତଦନ୍ତ କରିବାପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ତଦନ୍ତ ପାଇଁ ବୁଧବାର ଦିନ ଏକ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା) ଗଠନ କରିଛନ୍ତି। ଇତି ମଧ୍ୟରେ ରାଜ୍ୟ ପୁଲିସ ଏହି ମାମଲାକୁ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ଏବଂ କାନାଡ଼ାର ଗୋଲ୍ଡି ବ୍ରାର୍ଙ୍କ ସହ ଯୋଡ଼ିଛନ୍ତି। ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇକୁ ଜେରା କରାଯାଉଛି। ସେ ତଦନ୍ତରେ ସହଯୋଗ କରୁନଥିବା ଏସ୍ଆଇଟି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/5s4h654sf65h4s56hsfhfsfh.jpg)