ଚଣ୍ଡିଗଡ଼ : ଆଗାମୀ ପଂଜାବ ବିଧାନସଭା ନିର୍ବାଚନ ପାଇଁ ଆପ୍ ମୁଖ୍ୟ କେଜ୍ରିୱାଲ୍ ରାଜ୍ୟ ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ବଡ଼ ଘୋଷଣାମାନ କରିଛନ୍ତି। ତେବେ ସିଦ୍ଧୁ ଏଥିପାଇଁ କେଜ୍ରିୱାଲ୍ଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଅମୃତସରରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସିଦ୍ଧୁ କହିଛନ୍ତି,କେଜ୍ରିୱାଲ୍ ରାଜ୍ୟର ମହିଳା ଏବଂ ଅନ୍ୟ ବର୍ଗ ପାଇଁ ଯେଉଁ ଆର୍ଥିକ ସହଯୋଗ ଯୋଜନା ଘୋଷଣା କରିଛନ୍ତି ସେଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ବଜେଟ୍ଠାରୁ ଏହା ଟପିଯିବ। ଆପ୍ ନେତା ଲୋକଙ୍କୁ ଲଲିପପ୍ ଦେଉଛନ୍ତି। ତେବେ ଜଣେ ସତ ନେତା ଲୋକଙ୍କୁ କେବେ ଲଲିପପ୍ ଦେବେନାହିଁ ବୋଲି ସିଦ୍ଧୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କେଜ୍ରିୱାଲ ଗତକାଲି ତାଙ୍କ ପଂଜାବ ଗସ୍ତ ସମୟରେ ସିଦ୍ଧୁଙ୍କୁ ପ୍ରଶଂସା କରିଥିବାବେଳେ ସିଦ୍ଧୁ ଆଜି ତାଙ୍କୁ ସମାଲୋଚନା କରିଛନ୍ତି। କେଜ୍ରିୱାଲ୍ ଗତକାଲି ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ସମାଲୋଚନା କରିଥିବାବେଳେ ସିଦ୍ଧୁ ଆଜି ଚନ୍ନିଙ୍କୁ ପ୍ରଶଂସା କରିଛନ୍ତି। ସିଦ୍ଧୁ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଯାହା କହିଲେ ବି ଦଳ ତାଙ୍କୁ ଫେରାଇ ଆଣିବ ଏବଂ ତାଙ୍କ ସହ ରହିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସାଢ଼େ ୪ ବର୍ଷରେ ଯାହା କରିପାରିନଥିଲେ ଚନ୍ନି ୨ ମାସ ମଧ୍ୟରେ ତାହା କରିଛନ୍ତି ବୋଲି ସିଦ୍ଧୁ କହିଛନ୍ତି।
କେଜ୍ରିୱାଲ୍ଙ୍କ ବିରୋଧରେ ବର୍ଷିଲେ ସିଦ୍ଧୁ: ପ୍ରକୃତ ନେତା ଲୋକଙ୍କୁ ଲଲିପପ୍ ଦିଅନ୍ତିନି
/sambad/media/post_attachments/wp-content/uploads/2021/11/sidhu-kejriwal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)