କଂଗ୍ରେସ ନେତୃବୃନ୍ଦଙ୍କୁ ସିଦ୍ଧୁଙ୍କ ଧମକ: ମତେ ନିଷ୍ପତ୍ତି ନେବାକୁ ଦିଅ, ନ‌ଚେତ ପରିଣାମ ଭୋଗିବ

ନୂଆଦିଲ୍ଲୀ: ପଂଜାବ କଂଗ୍ରେସ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଆଜି ଦଳୀୟ ନେତୃତ୍ବକୁ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି କଂଗ୍ରେସ ନେତୃବୃନ୍ଦ ତାଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ନଦିଅନ୍ତି ତେବେ ସେ କାହାକୁ ଛାଡ଼ିବେ ନାହିଁ। ସିଦ୍ଧୁ କହିଛନ୍ତି, ମୁଁ କଂଗ୍ରେସ ନେତୃବୃନ୍ଦଙ୍କୁ ଶୁଣାଇ ଦେଉଛି ଯେ ଯଦି ମତେ ନିଷ୍ପତ୍ତି ନେବାର ଅନୁମତି ଦିଆନଯାଏ ତେବେ ଏହାର ପରିଣାମ ସମସ୍ତେ ଭୋଗିବେ। ଯଦି ନିଷ୍ପତ୍ତି ନେବାରେ ତାଙ୍କୁ ସ୍ବାଧୀନତା ନମିଳେ ତେବେ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ ଏବଂ ତାଙ୍କୁ ବିରୋଧ କରୁଥିବା ନେତାମାନେ ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବରିଷ୍ଠ ନେତା ହରିଶ ରାୱତ ସିଦ୍ଧୁଙ୍କୁ ଚେତାବନୀ ଦେଇ ଯେଉଁ ଟିପ୍ପଣୀ ରଖିଥିଲେ ତାକୁ ବିରୋଧ କରି ଆଜି ସିଦ୍ଧୁ ଆଜି ଦଳୀୟ ନେତୃବୃନ୍ଦଙ୍କୁ ଏଭଳି ଧମକ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସିଦ୍ଧୁଙ୍କ ପରାମର୍ଶଦାତା ପାକିସ୍ତାନ ଏବଂ କାଶ୍ମୀର ସଂକ୍ରାନ୍ତରେ ଦେଇଥିବା ବିବାଦୀୟ ଟିପ୍ପଣରୀ ପାଇଁ ସିଦ୍ଧୁ ତାଙ୍କୁ ବହିଷ୍କାର କରିବାକୁ ରାୱତ କହିଥିଲେ। ରାୱତ କହିଥିଲେ ଏହି ପରାମର୍ଶଦାତାଙ୍କୁ ଦଳ ନିଯୁକ୍ତ କରିନାହିଁ। ସିଦ୍ଧୁ ସେମାନଙ୍କୁ ବହିଷ୍କାର କରିବାକୁ ବାଧ୍ୟ। ଯଦି ସିଦ୍ଧୁ ଏହା ନକରନ୍ତି ତେବେ ତାହା ଆମେ କରିଦେବୁ। ଆଜି ସିଦ୍ଧୁଙ୍କର ଜଣେ ପରାମର୍ଶଦାତା ମଲଭିନ୍ଦର ସିଂହ ମାଲି ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର