‘ପାକିସ୍ତାନରେ ନିର୍ବାଚନ ଜିତିଯିବେ ସିଦ୍ଧୁ’

କରତାରପୁର: ପୂର୍ବତନ କ୍ରି‌କେଟ ଖେଳାଳି ତଥା ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କର ପ୍ରାକିସ୍ତାନରେ ବହୁସଂଖ୍ୟାରେ ପ୍ରଶଂସକ ରହିଛନ୍ତି। ବିଶେଷକରି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅଧିକ ପ୍ରଶଂସକ ରହିଛନ୍ତି। ତେଣୁ ସିଦ୍ଧୁ ପାକିସ୍ତାନରେ ନିର୍ବାଚନ ଲଢ଼ିଲେ ସେ ଜିତିଯିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କରେ ସୁଧାର ଆଣିବା ଲାଗି ସିଦ୍ଧୁ ଭାରତର ପ୍ରଧାନମନ୍ତ୍ରୀ ହେବାପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିବ ନାହିଁ। ଏହା ପୂର୍ବରୁ ଭାରତର ନେତୃବୃନ୍ଦଙ୍କୁ ସକାରାତ୍ମକ ପଦକ୍ଷେପ ‌ନେବାକୁ ହେବ ବୋଲି ଶ୍ରୀ ଖାନ୍ କହିଛନ୍ତି।

ସମ୍ବନ୍ଧିତ ଖବର