୨ ବର୍ଷ ମଧ୍ୟରେ ଭାରତରେ ୨୦ କୋଟି ଉପଭୋକ୍ତା ଯୋଡିବାକୁ ଲକ୍ଷ୍ୟ ରଖିଛି ସିଗନାଲ

ନୂଆଦିଲ୍ଲୀ: ହ୍ଵାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ଖପ୍ପା ଥିବା ୟୁଜର୍ସଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସିଗନାଲ ଯୋଜନା ପ୍ରସ୍ତୁତ କରିଛି | ହ୍ଵାଟ୍ସଆପର ପ୍ରାଇଭେସି ପଲିସୀ ପ୍ରତି ଲୋକଙ୍କର ଅସନ୍ତୋଷ ବଢୁଥିବାବେଳେ ଏବେ ଲୋକମାନେ ହ୍ଵାଟ୍ସଆପକୁ ବିଦାୟ ଦେଇ ନୂଆ ମେସେଜିଙ୍ଗ ଆପରେ ନିଜକୁ ଯୋଡିବା ଆରମ୍ଭ କଲେଣି | ଭାରତରେ ମଧ୍ୟ ବଡ ବଡ ଶିଳ୍ପପତିମାନେ ହ୍ଵାଟ୍ସଆପ ଛାଡି ସିଗନାଲକୁ ଆପଣେଇଥିବାର ଟ୍ୱିଟର ମାଧ୍ୟମରେ ଦର୍ଶାଇଛନ୍ତି |

ଆଉ ଏହାରି ଭିତରେ ହ୍ଵାଟ୍ସଆପର ସହ ପ୍ରତିଷ୍ଠାତା ଥିବା ବ୍ରିୱାନ ଅଷ୍ଟନ ଆଗାମୀ ୨ ବର୍ଷ ଭିତରେ ଭାରତରେ ୧୦ କୋଟିରୁ ୨୦ କୋଟି ଉପଭୋକ୍ତାଙ୍କୁ ସିଗନାଲରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି | ଆପଣଙ୍କୁ କହିରଖୁଛୁ ଯେ ବ୍ରିୱାନ ଅଷ୍ଟନ, ଜନ କୋୖମଙ୍କ ସହ ମିଶି ହ୍ଵାଟ୍ସଆପ ପ୍ରସ୍ତୁତ କରିଥିଲେ | ପରେ ୧୯ ବିଲିୟନ ଡଲାରରେ ସେମାନେ ଫେସବୁକକୁ ହ୍ଵାଟ୍ସଆପକୁ ବିକ୍ରି କରିଦେଇଥିଲେ | ୨୦୧୭ ମସିହାରେ ଫେସବୁକ ସହ ହୋଇଥିବା ମନିଟାଇଜିଙ୍ଗ ପଲିସୀକୁ ନେଇ ବିବାଦ ଦେଖାଯିବା ପରେ ବ୍ରିୱାନ ଅଷ୍ଟନ ଇସ୍ତଫା ଦେଇଥିଲେ | ପରେ ସେ ମୋକସି ମର୍ଲିନସପିକଙ୍କ ସହ ମିଶି ସିଗନାଲ ଆପ କରିଥିଲେ |

ବ୍ରିୱାନ ଅଷ୍ଟନ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତରେ ସିଗନାଲ ଆପ ପ୍ରତି ଲୋକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି | ଆଉ ଭାରତ ଏଭଳି ଏକ ଦେଶ ଯାହା ନୂଆ ଟେକ୍ନୋଲୋଜି ପ୍ରତି ଆକୃଷ୍ଟ ହୋଇଥାଏ | ସେଥିପାଇଁ ସେ ଆଗାମୀ ୨ ବର୍ଷ ମଧ୍ୟରେ ଭାରତରେ ୧୦ କୋଟିରୁ ୨୦ କୋଟି ଉପଭୋକ୍ତାଙ୍କୁ ସିଗନାଲରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି |

ସମ୍ବନ୍ଧିତ ଖବର