ଟ୍ରାଫିକ ପୁଲିସର ସଙ୍କେତ: ବାଘ ଆସୁଛି, ରହିଯାଅ

ନୂଆଦିଲ୍ଲୀ: ରାସ୍ତାରେ ଯାନବାହନ ଯିବା ଆସିବା ଲାଗି ରହିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ ବି ଟ୍ରାଫିକ ପୁଲିସ ଥିଲେ। ହେଲେ ଲୋକେ କିଛି ବୁଝିବା ଆଗରୁ ହଠାତ ଟ୍ରାଫିକ ପୁଲିସ ଜଣକ ସଙ୍କେତ ଦେଲେ ଯେ, ବାଘ ଆସୁଛି, ରହିଯାଅ। ତେବେ ରାସ୍ତାରେ ଅଟକିଥିବା ଜଣେ ଆଇଏଫଏସ ଅଫିସର ପରଭିନ କାସୱାନ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ଟୁଇଟ କରିବା ପରେ ଏହା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ଟ୍ରାଫିକ ପୁଲିସର ବାଘ ସୁରକ୍ଷା ସଚେତନତାକୁ ଲୋକେ ପ୍ରଶଂସା କରିଛନ୍ତି। ଏହି ହୃଦୟସ୍ପର୍ଶୀ ଭିଡିଓକୁ ଅନେକ ଲୋକ ଦେଖିବା ପରେ ପ୍ରତିକ୍ରିୟା ବି ଭଲ ମିଳିଛି।

ମହାରାଷ୍ଟ୍ରର ଜଙ୍ଗଲ ଦେଇ ଯାଇଛି ଏକ ଜାତୀୟ ରାଜପଥ। ଏହି ରାସ୍ତାରେ ପ୍ରାୟ ଲୋକଙ୍କ ଯାତାୟାତ ଲାଗି ରହୁଛି। ଏଥି ସହିତ ଏହି ଜଙ୍ଗଲୀ ରାସ୍ତାରେ ବିଭିନ୍ନ ପ୍ରକାର ଜନ୍ତୁଙ୍କ ଯିବା ଆସିବା ବି ବେଳେବେଳେ ହେଉଛି। ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ସେଠାରେ ଟ୍ରାଫିକ ପୁଲିସକୁ ବି ଜାଗତିଆରି କରି ରଖାଯାଇଛି। ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡିଛି ଯେ, ହଠାତ୍‌ ଟ୍ରାଫିକ ପୁଲିସ ଜଣକ ଲୋକଙ୍କୁ ଅଟକାଇବାରେ ଲାଗିଥିଲେ। କାରଣ ବୁଝିବା ପୂର୍ବରୁ ପୁଲିସର ଏଭଳି ସଙ୍କେତରୁ ଲୋକେ ହଠାତ୍‌ ଅଟକି ଯାଇଥିଲେ। ରାସ୍ତାକଡ ଜଙ୍ଗଲରୁ ଏକ ବାଘ ବାହାରିବା ପରେ ସମସ୍ତେ ଭୟଭୀତ ହୋଇପଡିଥିଲେ ବି ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ। ବାଘକୁ ସୁରକ୍ଷା ଦେବା ପାଇଁ ଟ୍ରାଫିକ ପୁଲିସ ଜଣକ ଏଭଳି ପଦକ୍ଷେପ ନେଇଥିବା ସ୍ପଷ୍ଟ ହୋଇଥିଲା। ବାଘଟି ରାସ୍ତା ପାର ହେବାରେ ସକ୍ଷମ ହୋଇଥିବାବେଳେ ଦର୍ଶକ ବି ସୁରକ୍ଷିତ ରହିଥିବା ଦେଖାଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଚାଳକମାନେ ଗାଡିଗୁଡ଼ିକ ‌ଠିଆ କରାଇ ଏହି ସବୁ ଦୃଶ୍ୟ ଧୈର୍ଯ୍ୟର ସହ ଦେଖିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ବାଘଟି ହିଂସ୍ର ନଥିଲା, କେତେ ଶାନ୍ତ ଥିଲା।

ତେବେ ଏହି ପୋଷ୍ଟ ସହିତ କ୍ୟାପସନ ଥିଲା, “କେବଳ ବାଘ ପାଇଁ ସବୁଜ ସଙ୍କେତ । ଅତି ସୁନ୍ଦର ଲୋକ । ଅଜଣା ସ୍ଥାନ।” ଇଣ୍ଟରନେଟରେ ସେୟାର ହେବା ପରଠାରୁ ଏହି ଭିଡିଓକୁ  ୮୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଭିଡିଓ ଦେଖିବା ପରେ ଲୋକମାନେ ବହୁତ ଖୁସି ହୋଇଥିଲେ ଏବଂ କମେଣ୍ଟରେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଜଣେ ଉପଭୋକ୍ତା ଲେଖିଛନ୍ତି, “ବହୁତ ଦୁର୍ଲଭ ପରିସ୍ଥିତି । ଏହି ବାଘଟି ମଣିଷର ଉପସ୍ଥିତି ଗ୍ରହଣ କରିଛି, ଭୋକିଲା ନୁହେଁ?” ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, “ସହଜ ପ୍ରବେଶ ପାଇଁ ଆମକୁ ସବୁଜ କରିଡର ଦରକାର। ତୃତୀୟ ବ୍ୟକ୍ତି ଜଣକ ଲେଖିଛନ୍ତି,” ୱାଓ। ” ନିଶ୍ଚିତ ଭାବେ ଏହି ଭିଡିଓଟି ଆମ ଚାରିପାଖେରେ ଯେଉଁ ପଶୁପକ୍ଷୀଙ୍କ ପରିବେଶ ରହିଛି ତାହାକୁ ସୁରକ୍ଷା କରିବା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର