ନିିଜକୁ ବଦଳାଉଛି କରୋନା ଭାଇରସ, କଷ୍ଟକର ହୋଇପଡ଼ିବ ଟୀକା ଉଦ୍ଭାବନ : ଗବେଷକ

ଓ୍ୱାସିଂଟନ : କରୋନା ଭାଇରସର ଟୀକା ବାହାର କରିବାକୁ ସମଗ୍ର ବିଶ୍ୱର ଗବେଷକମାନେ ରାତିଦିନ ଏକ କରିଦେଇଛନ୍ତି । ଏକ ରିପୋର୍ଟ ଅନୁସାରେ ଏବେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ପ୍ରାୟ ୭୦ଟି ଟୀକା ଉପରେ ପରୀକ୍ଷା ନିରୀକ୍ଷା ଅବ୍ୟାହତ ରହିଛି । ଏହା ମଧ୍ୟରୁ ୩ଟି ଟୀକା କ୍ଲିନିକାଲ ଟେଷ୍ଟ ସ୍ତରକୁ ଆସିଗଲାଣି । ଏଥିରୁ ଅନୁମାନ କରାଯାଉଛି ଯେ ଚଳିତ ବର୍ଷ ହିଁ କରୋନା ଭାଇରସର ଟୀକା ବାହାରିଯିବ ।

କିନ୍ତୁ ଏସବୁ ସକାରାତ୍ମକ ଖବର ମଧ୍ୟରେ ଏକ ଦୁଃସମ୍ବାଦ ମଧ୍ୟ ହସ୍ତଗତ ହୋଇଛି । ଆମେରିକାର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ଭାଇରସ (ସାର୍ସ-ସିଓଭି-୦୨) ନିଜକୁ ବଦଳାଉଛି । ଗତ ଜାନୁଆରୀ ମାସରେ ଭାରତରୁ ସଂଗୃହୀତ ସାର୍ସ-ସିଓଭି-୦୨ ନମୁନା ଉପରେ ଗବେଷଣା କରି ଗବେଷକମାନେ ଏହା ଜାଣିପାରିଛନ୍ତି । ଏପରି ହେଲେ କରୋନା ଭାଇରସ ପାଇଁ ବାହାରୁ ଥିବା ଟୀକାଗୁଡ଼ିକ ଅକାମୀ ହୋଇଯିବ । କାରଣ ଯେଉଁ ସାର୍ସ-ସିଓଭି-୦୨ ଜିନ ଉପରେ ପରୀକ୍ଷଣ କରାଯାଇ ଟୀକା ବାହାରି ଥିବା ତାହା ବଜାରକୁ ଆସିବା ପୂର୍ବରୁ ଭାଇରସ ନିଜକୁ ବଦଳାଇସାରିଥିବ । ଏପରି ହେଲେ କରୋନା ଭାଇରସକୁ ଜିତିବା କଷ୍ଟକର ହୋଇପଡ଼ିବ । ତେବେ ଆଶ୍ୱସ୍ତିର କଥା ହେଉଛି ସାର୍ସ ତୁଳନାରେ କୋଭିଡ୧୯ ଜିନର ପରିବର୍ତନ ବେଗ ଧୀମା । ଏ ସଂପର୍କରେ ଆମେରିକୀୟ ସମ୍ବାଦପତ୍ର ଫକ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର