ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର କରାଳ ଛାୟାରେ ସାରା ବିଶ୍ବ ସନ୍ତୁଳି ହେଉଥିବା ବେଳେ ବିଭିନ୍ନ ଦେଶରେ ଏହାର ଏକ ସକାରାତ୍ମକ ପରୋକ୍ଷ ପ୍ରଭାବ ଦେଖିବାକୁ ମିଳିଛିା ଗତ ଡିସେମ୍ବର ମାସରୁ ଚୀନ୍ରେ ଏହା ଆବିର୍ଭାବ ହେବା ପରଠାରୁ ହୃଦ୍ରୋଗୀଙ୍କ ପାଇଁ କିଛି ମାତ୍ରାରେ ଆଶ୍ବସ୍ତି ଆଣିଛି। ଏପରିକି ଏହି ସମୟ ଭିତରେ ହୃଦ୍ଘାତ ମାମଲା ୩୦ରୁ ୭୦ପ୍ରତିଶତ ଯାଏ କମିଯାଇଥିବା ଜଣାଯାଇଛି। ବିଶେଷ କରି ଆମେରିକା, ଭାରତ, ସ୍ପେନ୍ ଏବଂ ଚୀନ୍ ପରି ଦେଶରେ ଏପରି ଉଲ୍ଲେଖନୀୟ ଭାବେ ହୃଦ୍ଘାତ ସଂଖ୍ୟାରେ ହ୍ରାସ ଦେଖିିବାକୁ ମିଳିଛି ବୋଲି ନ୍ୟୁୟର୍କ ସ୍ଥିତ ମାଉଣ୍ଟ୍ ସିନାଇ ହାର୍ଟ ହସ୍ପିଟାଲର ବିଶେଷଜ୍ଞ ଡା. ସମିନ୍ କୁମାର ଶର୍ମା କହିଛନ୍ତିା ତେବେ କରୋନା ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ରରେ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ଯୋଗୁଁ ଏପରି ହୃଦ୍ଘାତ ସମସ୍ୟା କମିଯାଇଥିବା ଡା. ଶର୍ମା ଅନୁମାନ ଲଗାଇଛନ୍ତିା ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ଏହି ଘାତକ କୋଭିଡ୍–୧୯ ରୋଗ ବିଶ୍ବବ୍ୟାପୀ ତାଣ୍ତବ ରଚି ପାଖାପାଖି ୩୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ଦୁଇ ଲକ୍ଷ ୧୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣିା ଦିନକୁ ଦିନ ବଢ଼ିଚାଲିଥିବା କରୋନାଭୂତାଣୁ ସାର୍ସ–କୋଭ୍–୨ର ଅଦମନୀୟ ସଂକ୍ରମଣରୁ ନିସ୍ତାର ପାଇବା ପାଇଁ ବିଭିିନ୍ନ ରାଷ୍ଟ୍ରରେ ଭିନ୍ନ ଭିନ୍ନ କଟକଣା ଲାଗୁ ହୋଇଚାଲିଛି। ଅବଶ୍ୟ ଏଥିଯୋଗୁଁ ଚାକିରିଆମାନେ ଘରେ ରହି କାମ କରିବାର ସୁଯୋଗ ପାଇଛନ୍ତିା ଫଳରେ ସେମାନଙ୍କ ଠାରେ କାର୍ଯ୍ୟାଳୟ ସମ୍ପର୍କିତ ମାନସିକ ଚାପ ଯଥେଷ୍ଟ ପରିମାଣର କମିଯାଇଛିା ସେହିପରି ଲୋକେ ସାରା ଦିନ ଘରେ ରହିବା ଦ୍ବାରା ବିଭିନ୍ନ ପ୍ରକାର ବ୍ୟାୟାମ, ଯୋଗ ଏବଂ ପ୍ରାର୍ଥନା କରିବାକୁ ମଧ୍ୟ ଫୁରୁସତ ପାଉଛନ୍ତି ଯାହା କି ସେମାନଙ୍କ ହୃଦ୍ ସମସ୍ୟାରେ ସୁଧାର ଆଣିଦେଇଛିା ତେବେ ସର୍ବୋପରି ଅଧିକ ସମୟ ଘରେ ରହିବା ଦ୍ବାରା ଅପେକ୍ଷାକୃତ ଅଧିକ ଶାରୀରିକ ପରିଶ୍ରମ ସାଙ୍ଗକୁ ଗାଡି଼ମୋଟର ବନ୍ଦ ଯୋଗୁଁ କମ୍ ପ୍ରଦୂଷିତ ପରିବେଶ ଏବଂ ଘରତିଆରି ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରିବାର ମଉକା ମଧ୍ୟ ମିଳିପାରିଛିା ଫଳରେ ଦେଶବ୍ୟାପୀ ଲୋକଙ୍କ ସ୍ବାସ୍ଥ୍ୟରେ ଢେର୍ ଉନ୍ନତି ଆସିପାରିଛି ବୋଲି ଡା. ଶର୍ମା କହିଛନ୍ତିା
ହୃଦ୍ଘାତ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ, କୋଭିଡ୍–୧୯ର ନିଆରା ଆଶୀର୍ବାଦ
/sambad/media/post_attachments/wp-content/uploads/2019/09/man-having-heart-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)