ନୂଆଦିଲ୍ଲୀ : ମାତ୍ର ବର୍ଷକ ତଳେ ଭାରତରେ କୋଭିଡ୍ ଟିକାର ଗୁରୁତର ଅଭାବ ଦେଖାଦେଇଥିଲା । ଗୋଟିଏ ଡୋଜ୍ ଟିକା ନେବାକୁ ଲୋକମାନଙ୍କୁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ଦେଶରେ ଏବେ ପ୍ରଚୁର ଟିକା ମହଜୁଦ ହୋଇ ରହିଛି, କିନ୍ତୁ ଚାହିଦା କମିଯାଇଛି ।
ଦେଶର ସବୁଠ ବଡ଼ ଟିକା କମ୍ପାନି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ବାଲା କହିଛନ୍ତି ଯେ ତାଙ୍କ କମ୍ପାନି ପ୍ରାୟ ୨୦ କୋଟି ଡୋଜ୍ କୋଭିଡ୍ ଟିକା ନଷ୍ଟ କରିବାକୁ ବିଚାର କରୁଛି । କାରଣ ଦେଶରେ କୋଭିଡ ଟିକାର ଚାହିଦା କମିଥିବାବେଳେ ପ୍ରଚୁର ପରିମାଣରେ ଟିକା ମହଜୁଦ ରହିଛି । ଏସବୁ ଟିକାକୁ ନଷ୍ଟ କରାଯିବ କାରଣ ସେଗୁଡ଼ିକର ଏକ୍ସପାରି ତାରିଖ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସ ରେ ପଡ଼ିବ ।
ଡାଭୋସଠାରେ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ ଫୋରମ ଅବସରରେ ସେ କହିଛନ୍ତି, ବିଶ୍ବରେ ପରବର୍ତ୍ତୀ ମହାମାରୀର ମୁକାବିଲା ପାଇଁ ଏକ ଅନ୍ତର୍ଜାତୀୟ ମହାମାରୀ ରାଜିନାମାର ଆବଶ୍ୟକତା ରହିଛି । ଏପରି ହେଲେ ଆମେ ସହଜରେ ମହାମାରୀର ମୁକାବିଲା କରିପାରିବା ।
ସୂଚନାଯୋଗ୍ୟ ଯେ, ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ କୋଭିଡ ଟିକା ଉତ୍ପାଦନ କରିଥାଏ । ଏହା ସହିତ ୧୨-୧୮ ବର୍ଷର ପିଲାଙ୍କ ପାଇଁ କୋଭୋଭୋକ୍ସ ଟିକା ମଧ୍ୟ ଉତ୍ପାଦନ କରିଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-Image-2022-05-23-at-7.54.46-PM.jpeg)