ଇନ୍ଦୋର : ୧୯୮୪ରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ା ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ଏବେ କଂଗ୍ରେସ ଚିନ୍ତାରେ ପଡ଼ି ଯାଇଛି । ବିଭିନ୍ନ ବିପକ୍ଷ ଦଳ ସାମ୍ ପିଟ୍ରୋଡ଼ାଙ୍କ ବୟାନଙ୍କୁ ନିନ୍ଦନୀୟ ବୋଲି କହି ସାରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସାମ୍ ପିଟ୍ରୋଡ଼ାଙ୍କୁ କଡ଼ା ଜବାବ ଦେଇ କ୍ଷମା ମାଗିବାକୁ କହି ସାରିଛନ୍ତି । ତେବେ ଏତେ ସବୁ ପରେ ମଧ୍ୟ ଶିଖ୍ ସମୁଦାୟ ସାମ୍ ପିଟ୍ରୋଡ଼ାଙ୍କ ବୟାନକୁ ଭୁଲି ପାରି ନଥିବା ଜଣା ପଡ଼ିଛି ।
oneindia.comସୂଚନା ମୁତାବକ, ସୋମବାର କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ମୂର୍ତ୍ତିରେ ଫୁଲ ଚଢ଼ାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତେବେ ଏହାର ଗୋଟେ ଦିନ ପରେ ମଙ୍ଗଳବାର ଶିଖ୍ ସମୁଦାୟ ଭଗତ ସିଂହଙ୍କ ମୂର୍ତ୍ତିକୁ କ୍ଷୀରରେ ଧୋଇ ଶୁଦ୍ଧିକରଣ କରିଥିବା ଜଣା ପଡ଼ିଛି । ଯେଉଁଥିରୁ ସେମାନେ ସାମ୍ ପିଟ୍ରୋଡ଼ାଙ୍କ ବୟାନ ଦ୍ୱାରା କେତେ ଆହତ ହୋଇଛନ୍ତି ତାଙ୍କ ସ୍ପଷ୍ଟ ହୋଇ ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/priyankagandhi-1557905972.jpg)