ନୂଆଦିଲ୍ଲୀ: ଶିଖ୍ ଦଙ୍ଗା ଅଭିଯୁକ୍ତ ଜଗଦୀଶ ଟାଇଟଲର ଆଜି ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶିଲା ଦିକ୍ଷୀତଙ୍କ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଦାୟିତ୍ବ ଗ୍ରହଣ ଉତ୍ସବରେ ୧୯୮୪ ଶିଖ୍ ଦଙ୍ଗା ଅଭିଯୁକ୍ତ ଟାଇଟଲରଙ୍କ ଉପସ୍ଥିତି ନେଇ ବିଭିନ୍ନ ଶିଖ୍ ସଂଗଠନ ବିରୋଧ କରିଥିବା ବେଳେ ରାଜନୈତିକ ବିବାଦ ମଧ୍ୟ ମୁଣ୍ଡ ଟେକିଛି। ନିକଟରେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ସଜ୍ଜନ କୁମାରଙ୍କୁ ଶିଖ୍ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି। ସଜ୍ଜନଙ୍କୁ ସଜା ମିଳିବା ପରେ ଖୁବ୍ଶୀଘ୍ର ଟାଇଟଲରଙ୍କୁ ମଧ୍ୟ ଦଣ୍ଡାଦେଶର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ହରସିମ୍ରତ କୌର କହିଥିଲେ। ବିଗତ କିଛି ମାସ ହେଲା ଟାଇଟଲରଙ୍କୁ କଂଗ୍ରେସର କୌଣସି ବଡ଼ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରାଯାଇଥିଲା ବୋଲି ଜଣାପଡ଼ିଛି।
ଶିଲାଙ୍କ କାର୍ଯ୍ୟକ୍ରମରେ ‘ଶିଖ୍ ଦଙ୍ଗା ଅଭିଯୁକ୍ତ’ ଟାଇଟଲର
/sambad/media/post_attachments/wp-content/uploads/2019/01/DxA1xadUYAAAUL5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)