ଆମେରିକାରେ ପୁଣି ଜଣେ ଶିଖ ନାଗରିକଙ୍କୁ ହତ୍ୟା, ଏ ମାସରେ ୩ୟ ହତ୍ୟା

ନ୍ୟୁୟର୍କ : ଆମେରିକାରେ ଭାରତୀୟଙ୍କ ଉପରେ ଆକ୍ରମଣ ବଢିଚାଲିଛି । ବିଶେଷକରି ଶିଖ ସଂପ୍ରଦାୟର ଲୋକମାନଙ୍କୁ ଅଧିକ ଟାର୍ଗେଟ କରାଯାଉଛି । ଆମେରିକାର ଛୋଟ ଛୋଟ ସହରଗୁଡ଼ିକରେ ଲୋକମାନେ ଶିଖମାନଙ୍କୁ ମୁସଲିମ ବୋଲି ଭାବୁଥିବାରୁ ଏପରି ଆକ୍ରମଣ ହେଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ନିକଟରେ ନ୍ୟୁଜର୍ସି ସହରରେ ଦୋକାନ କରିଥିବା ଜଣେ ଶିଖ ନାଗରିକଙ୍କୁ ଛୁରୀ ଭୁସି ହତ୍ୟା କରାଯାଛି । ତ୍ରିଲୋକ ସିଂ ନାମକ ଏହି ବ୍ୟକ୍ତିଙ୍କ ଛାତିରେ ଛୁରାମାଡ଼ କରାଯାଇଥିବା ଜଣାଯାଇଛି । ଏସେକ୍ସ କଣ୍ଟ୍ରି ପୁଲିସ ଏହାକୁ ଏକ ବର୍ଣ୍ଣବୈଷମ୍ୟ ଜନିତ ହତ୍ୟାକାଣ୍ଡ ବୋଲି ଅଭିହିତ କରିଛି । ଗତ ୩ ସପ୍ତାହ ମଧ୍ୟରେ ୩ ଜଣ ଶିଖଙ୍କୁ ହତ୍ୟା କରାଗଲାଣି ।

ଚଳିତ ମାସ ପ୍ରଥମ ସପ୍ତାହରେ କାଲିଫର୍ଣ୍ଣିଆରେ ଜଣେ ୫୦ ବର୍ଷୀୟ ଶିଖଙ୍କୁ ଦୁଇଜଣ ଶ୍ବେତାଙ୍ଗ ଆମେରିକୀୟ ନାଗରିକ ଆକ୍ରମଣ କରି ତାଙ୍କୁ ବର୍ଣ୍ଣବୈଷମ୍ୟ ଗାଳିଦେଇଥିଲା । “ତୁମମାନଙ୍କୁ ଆମ ଦେଶକୁ ଆସିବା ମନା, ନିଜ ଦେଶକୁ ଚାଲିଯାଅ ” ଏପରି କହି ତାଙ୍କୁ ଗାଳି ଦିଆଯାଇଥିବା ବେଳ ତାଙ୍କୁ ଏକ ଲୁହାଛଡ଼ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ତେବେ ତାଙ୍କ ମୁଣ୍ଡକୁ ରଡରେ ପିଟା ଯିବା ସତ୍ତ୍ବେ ତାଙ୍କ ପଗଡିଯୋଗୁଁ ସେ ବଞ୍ଚିଯାଇଥିବା  ପୁଲିସ ସୁତ୍ରରୁ ଜଣାପଡ଼ିଛି । ତେବେ ତାଙ୍କର ଶରୀରର ଅନ୍ୟସ୍ଥାନରେ ଗୁରୁତର ଆଘାତ ଲାଗିଛି ଓ ସେ ଏବେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ପୁଲିସ ଏହି ଘଟଣାକୁ ଅତିଗୁରୁତର ସହ ନେବା ସହ ଏହାକୁ ଘୃଣା ଅପରାଧ ବିବେଚନା କରି ତଦନ୍ତ କରୁଛି ।

 

 

ସମ୍ବନ୍ଧିତ ଖବର